Cricket

ବିଶ୍ୱକପ କ୍ରିକେଟରେ ଭାରତ ଓ ପାକିସ୍ତାନ ଲଢେଇ ଉପରେ ମୋଇନ ଖାନଙ୍କ ମନ୍ତବ୍ୟ

(ଓଡିଶା ସ୍ପୋର୍ଟ): ଆସନ୍ତା ମେ’ ୩୦ରୁ ଆରମ୍ଭ ହେବ ବିଶ୍ୱକପ କ୍ରିକେଟ । ହେଲେ ଆଜି ଯାଏ ପାକିସ୍ତାନ କେବେ ହେଲେ ଭାରତକୁ ବିଶ୍ୱକପରେ ହରାଇ ପାରିନାହିଁ। ତେବେ ଏଥର ବିଶ୍ୱକପରେ ପାକିସ୍ତାନ ଏହି ପରମ୍ପରାକୁ ଭାଙ୍ଗି ନୂଆ ରେକର୍ଡ କରିବ ବୋଲି ପାକିସ୍ତାନର ପୂର୍ବତନ କ୍ରିକେଟର ମୋଇନ ଖାନ ବୟାନ ଦେଇଛନ୍ତି।

ବିଶ୍ୱକପରେ ଆଜି ଯାଏ ଭାରତ ଓ ପାକିସ୍ତାନ ୬ ଥର ମୁହାଁମୁହିଁ ହୋଇଛନ୍ତି। ୨୦୧୯ ବିଶ୍ୱକପରେ ଉଭୟ ଦଳ ୭ମଥର ପାଇଁ ଜୁନ୍ ୧୬ରେ ପରସ୍ପରକୁ ଭେଟିବେ।
ଏହାକୁ ଦୃଷ୍ଟିରେ ରଖି ମୋଇନ କହିଛନ୍ତି,“ବର୍ତ୍ତମାନ ପାକିସ୍ତାନ ପାଖରେ ଥିବା ଖେଳାଳିମାନେ ବିଶ୍ୱକପରେ ଭାରତ ବିପକ୍ଷ ରେକର୍ଡକୁ ଭାଙ୍ଗିବାକୁ ବେଶ ସକ୍ଷମ। ଏହି ଖେଳାଳିଙ୍କ ପାଖରେ ଯଥେଷ୍ଟ ଦକ୍ଷତା ରହିଛି। ଦଳରେ ଦକ୍ଷତା ସହ ବ୍ୟାଟିଂ ଲାଇନ ଅପରେ ଗଭୀରତା ରହିଛି।

ସେହିପରି ପାକ ଅଧିନାୟକ ସର୍ଫରାଜ ଅହମ୍ମଦ ଦଳକୁ ଠିକ ଭାବେ ଗାଇଡ କରୁଛନ୍ତି। ଦୁଇ ବର୍ଷ ତଳେ ଚାମ୍ପିୟନସ ଟ୍ରଫିରେ ପାକିସ୍ତାନ ଶକ୍ତିଶାଳୀ ଭାରତକୁ ଇଂଲଣ୍ଡ ମାଟିରେ ହରାଇଥିଲା। ଏବେ ସେହି ଇଂଲଣ୍ଡ ମାଟିରେ ମ୍ୟାଚ ଖେଳା ଯିବ। ତେଣୁ ବିଶ୍ୱକପ୍ରେ ମଧ୍ୟ ପାକିସ୍ତାନ ତା’ର ଜଲୱା ଦେଖାଇବ।
ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ଟିମ ବେଶ ଭଲ କରିଥିବାରୁ ବିଶ୍ୱକପରେ ଦଳ ଜବରଦସ୍ତ ପ୍ରଦର୍ଶନ କରିବ।”

Related posts

ଦ୍ବିତୀୟ ଟେଷ୍ଟରେ ଘରୋଇ ଦଳ ଉପରେ ଚାପର ପାହାଡ଼

Odisha Sports Bureau

ଭାରତୀୟ ଖେଳାଳୀଙ୍କ ବିରୋଧରେ ଅଭିଯୋଗ କରିବେ ନକଭି

Odisha Sports Bureau

ଏସୀୟ କ୍ରୀଡା କ୍ରିକେଟରେ ଇତିହାସ ରଚିଲା ନବାଗତ ନେପାଳ

Odisha Sports Bureau