More Sports

ଏସିଆନ ରେସଲିଂରେ ଗୋଲ୍ଡ ଜିତିଲେ ବଜରଙ୍ଗ

(ଓଡିଶା ସ୍ପୋର୍ଟ): ବିଶ୍ୱର ନମ୍ବର ୱାନ ରେସଲର ବଜରଙ୍ଗ ପୁନିଆ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଚୀନର ଶିୟାନ୍ ଠାରେ ଚାଲିଥିବା ଏସିଆନ ରେସଲିଂ ଚାମ୍ପିଅନସିପରେ ଏହି ସଫଳତା ହାସଲ କରିଛନ୍ତି । କାଜାକିସ୍ତାନର ସୟାତବେକ୍ ଓକାସୋଭଙ୍କୁ ୧୨-୭ରେ ପରାସ୍ତ କରି ସ୍ଵର୍ଣ୍ଣ ଜିତିଥିଲେ ପୁନିଆ।

ପ୍ରଥମରୁ ପୁନିଆ କାଜାକିସ୍ତାନର ସୟାତବେକ୍ ଓକାସୋଭଙ୍କ ଠାରୁ ୨-୫ରେ ପଛୁଆ ଥିଲେ, ମାତ୍ର ଏହାପରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ ପୁନିଆ। ମ୍ୟାଚ ଶେଷରେ ପୁନିଆ କାଜାକିସ୍ତାନର ସୟାତବେକ୍ ଓକାସୋଭଙ୍କୁ ପରାସ୍ତ କରିଥିଲେ ।

ବଜରଙ୍ଗ ପୁନିଆ ପ୍ରଥମ ରାଉଣ୍ଡରେ ଶ୍ରୀଲଙ୍କାର ଫର୍ନାଣ୍ଡୋକୁ ୧୦-୦ରେ ଓ କ୍ୱାଟର ଫାଇନାଲରେ ଇରାନୀ ରେସଲର୍ ପେଈମେନ ବିୟୋକାଗା ବିୟାବାନୀଙ୍କୁ ୬-୦ରେ ହରାଇଥିଲେ। ଏହା ପରେ ପୁନିଆ ଉଜବେକିସ୍ତାନର ସରୋଜିଦିନ ଖାସାନୋବଙ୍କୁ ୧୨-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ।

Related posts

ଡ଼ିସକସ ଥ୍ରୋ ,ସଟଫୁଟ ଥ୍ରୋରେ ସ୍ଵର୍ଣ୍ଣ ପଦକ ଜିତିଲେ ପାର୍ବତୀ

Odisha Sports Bureau

ଭାରତୀୟ ଜୁନିୟର ଟିମ୍ ୩ୟ କାଟାଗୋରିରେ ରୋନାଲ୍ଡୋ ନଂ-୧

Odisha Sports Bureau

ଏନବିଏ ଭେଟେରାନ୍ ପାଟ୍ରିକ୍ ଇଭିଙ୍ଗ କରୋନା ସଂକ୍ରମିତ