Cricket

ପ୍ରଥମ ଟିମ ଭାବେ ପ୍ଲେଅପରେ ଚେନ୍ନାଇ

(ଓଡିଶା ସ୍ପୋର୍ଟ): ଇଣ୍ଡିଆନ ପ୍ରିମିୟର ଲିଗର ଦ୍ୱାଦଶ ସଂସ୍କରଣରେ ପୁଣି ଥରେ ଶୀର୍ଷରେ ସୁପର କିଙ୍ଗସ । ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମଙ୍ଗଳବାର ୬ ୱିକେଟରେ ହାଇଦ୍ରାବାଦକୁ ପରାସ୍ତ କରି ଏହି ଉପଲବ୍ଧି ହାସଲ କରିଛି । ଏଥି ସହିତ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୧୬ ପଏଣ୍ଟ ହାସଲ କରି ପ୍ଲେଅପରେ ପହଂଚିବା ମାମଲାରେ ପ୍ରଥମ ଟିମ ହୋଇପାରିଛି। ହାଇଦ୍ରାବାଦ ୧୦ଟି ମ୍ୟାଚ ଖେଳି ୫ଟିରେ ବିଜୟ ହାସଲ କରିବା ପରେ ଅଙ୍କ ତାଲିକାରେ ୪ର୍ଥ ସ୍ଥାନ ପାଇଛି ।

ୱାଟସନ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୫୩ଟି ବଲ ଖେଳି ୯ ଚୌକା ଓ ୬ଟି ଛକା ମାରିଥିଲେ । ଫଳରେ ଚେନ୍ନାଇ ୧୭୬ ରନ ବିଜୟ ଲକ୍ଷକୁ ୧୯.୫ ଓଭରରେ ମାତ୍ର ୪ଟି ୱିକେଟ ହରାଇ ହାସଲ କରିଥିଲା ।

Related posts

ଏସିଆ କପ ଫାଇନାଲ ମ୍ୟାଚରୁ ବାଦ ପଡିଲେ ଅକ୍ଷର ପଟେଲ ଏବଂ ମହେଶ ତୀକ୍ଷଣା

Odisha Sports Bureau

ଟିକେଟ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଜଗନ ମୋହନ ରାଓ

ବୈରାଟପୁର ପ୍ରିମିୟର ଲିଗ କ୍ରିକେଟ ୨୦୨୫, ଚି଼ଲ୍ ବ୍ରୋ କୁ ହରାଇ ଏସଏସ ଫାଇଟର ଚାମ୍ପିଅନ

Odisha Sports Bureau