Cricket

ଧୋନି ଦେଲେ ବଡ଼ ଚେତାବନୀ : କ୍ୟାପ୍ଟେନ୍ସି ଛାଡ଼ିଦେବି

ଦୀର୍ଘ ୪ ବର୍ଷ ପରେ ଚେପକକୁ ଆଇପିଏଲ ଫେରିଛି । ଘରୋଇ ଟିମ ସିଏସକେ ୧୨ ରନରେ ଚମତ୍କାର ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ସିଏସକେ ୭ ୱିକେଟ ହରାଇ ୨୧୭ ରନ କରିଥିଲା। ଭଲ ଆରମ୍ଭ ସତ୍ତ୍ୱେ କେଏଲ ରାହୁଲଙ୍କ ଏଲଏସ୍ଜି ୭ ୱିକେଟ ହରାଇ କେବଳ ୨୦୫ ରନ କରିବାକୁ ସକ୍ଷମ ହୋଇଥିଲା। ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ୍ ହାରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇବାକୁ ସକ୍ଷମ ହୋଇଛି।
କିନ୍ତୁ ସୋମବାର ମ୍ୟାଚ୍ରେ ଚେନ୍ନାଇର ବୋଲରମାନେ ଅନେକ ଅତିରିକ୍ତ ରନ ଦେଇଥିଲେ। ୨ଟି ଲେଗ ବାଇ, ୧୩ଟି ୱାଇଡ ଓ ୩ଟି ନୋ-ବଲ ସହ ମୋଟ ୧୮ ରନ ଅତିରକ୍ତ ଭାବେ ଲକ୍ଷ୍ନୌକୁ ମିଳିଥିଲା। ପ୍ରଥମ ମ୍ୟାଚ୍ରେ ମଧ୍ୟ ଚେନ୍ନାଇର ବୋଲରମାନେ ଗୁଜରାଟ ଟାଇଟନ୍ସ ବିରୋଧରେ ୧୨ ରନ ଅତିରକ୍ତ ଭାବେ ଦେଇଥିଲେ।
ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଲକ୍ଷ୍ନୌ ବିପକ୍ଷରେ ବୋଲରମାନେ ଅତିରିକ୍ତ ରନ ଦେଇଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ଧୋନି ସୋମବାର ମ୍ୟାଚ୍ ପରେ ବୋଲରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଦ୍ରୁତ ବୋଲିଂରେ ସାମାନ୍ୟ ସୁଧାରର ଆବଶ୍ୟକ ରହିଛି। ସ୍ଥିତି ଅନୁସାରେ ବୋଲିଂ କରିବାକୁ ପଡ଼ିବ। ପ୍ରତିପକ୍ଷ ଟିମର ବୋଲରମାନେ କ’ଣ କରୁଛନ୍ତି, ତା’ ଉପରେ ନଜର ରଖିବାକୁ ହେବ। କୌଣସି ପ୍ରକାରର ନୋ-ବଲ କିମ୍ବା ଅତିରିକ୍ତ ୱାଇଡ୍ସ ପକାଇବାରୁ ଦୂରରେ ରହିବା ଦରକାର। ଯଦି ସେମାନେ ଏମିତି ନ କରିବେ, ତା’ହେଲେ ସେମାନଙ୍କୁ ନୂଆ ଅଧିନାୟକଙ୍କ ଅଧୀନରେ ଖେଳିବାକୁ ପଡ଼ିବ। ଏହା ମୋର ଦ୍ୱିତୀୟ ଚେତନାବନୀ।

Related posts

ଭାରତ ଆଗରେ ୧୦୬ ରନର ଟାର୍ଗେଟ ଦେଲା ପାକିସ୍ତାନ

Odisha Sports Bureau

IPLରେ ପୁଣି ତେନ୍ଦୁଲକର

Odisha Sports Bureau

ଆଇପିଏଲରେ ଓଡିଆ ଭାଷାରେ ହେବନି କମେଣ୍ଟ୍ରି

Odisha Sports Bureau