Cricket

ଆଇପିଏଲରେ ଓଡିଆ ଭାଷାରେ ହେବନି କମେଣ୍ଟ୍ରି

ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗ ( ଆଇପିଏଏ )ର ୧୭ ତମ ସଂସ୍କରଣ । ପାଖାପାଖି ୨ମାସ ଧରି ଚାଲିବ ଏହି କ୍ରିକେଟ ମହାଉତ୍ସବ । ରଙ୍ଗାରଙ୍ଗ ଆଲୋକ ମାଳରେ ଝଲସିବ ଷ୍ଟାଡିୟମ । କମ୍ପିବ ମୈଦାନ , ଉଡିବ ଛକା ଚଉକା । ପ୍ରଥମ ମ୍ୟାଚରେ ମୁହାଁମୁହିିଁ ହେବେ CSK କୁ RCB  । ସଜବାଜ ହେଲେଣି କ୍ରିକେଟର ଅପେକ୍ଷା କେବଳ ମାର୍ଚ୍ଚ ୨୨ ତାରିଖକୁ । ମହିଳା ପ୍ରିମିୟର ଲିଗ ମ୍ୟାଚ ସମାପ୍ତ ହେବାର ଠିକ ୫ ଦିନ ପରେ ଆରମ୍ଭ ହେବ ଆଇପିଏଲ ଉତ୍ସବ । ବିସିସିଆଇ ନିର୍ଦ୍ଧାରିତ କାର୍ଯ୍ୟସୂଚି ଅନୁଯାୟୀ ମ୍ୟାଚ ହେବ ବୋଲି କୁହାଯାଉଛି । ଦିନ ଯେତିକି ପାଖେଇ ପାଖେଇ ଆସିଛୁ ଫ୍ୟାନ୍ସଙ୍କ ମନରେ ସେତିକି ବଢୁଛି ଉତ୍କଣ୍ଠା । କିନ୍ତୁ ଏହାରି ଭିତରେ ଓଡିଆ ଫ୍ୟାନ୍ସଙ୍କ ମନରେ ଆସିଛି ଟିକିଏ ଦୁଃଖ । କାରଣ ଏଥର ଆଇପିଏଲୁୁ ବାଦ ପଡିଛି ଓଡିଆ ଭାଶା । ଇଂରାଜୀ, ହିନ୍ଦୀ, ତେଲଗୁ, ମାଲାୟଲମ, ମରାଠୀ, ଗୁଜୁରାଟୀ, ବଙ୍ଗଳା ସହ ମୋଟ ୮ ଟି ଭାଷାରେ ହେବ କମେଣ୍ଟ୍ରି । ହେଲେ ଭାଷ୍ୟକାର ଦୌଡରୁ ବାଦ ପଡିଛନ୍ତି ଓଡିଅ ଭାଷ୍ୟକାର । ଯଦିଓ ଏହା ପଛର କାରଣ କଣ ଜଣାପଡିନି । କିନ୍ତୁ ଏଥର ତାଲିକାରୁ ବାଦ ପଡିଛି ଓଡିଆ ।
ସୂଚନା ଅନୁଯାୟୀ, ଗତ ବର୍ଷ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ ରେ ଓଡିଆ କମେଣ୍ଟ୍ରି ଶୁଣିବାକୁ ମିଳିଥିଲା । ଏମିତିକି ମୋବାଇଲ ଆପରେ ଓଡିଆ କ୍ରିକେଟପ୍ରେମୀ ଏହାର ମଜା ନେଇଥିଲେ । ଯାହାକୁ ପରିଚାଳନା କରିଥିଲେ କଟକର ଝିଅ ଲୋରିଆ ମହାନ୍ତି । ପ୍ୟାନେଲରେ ବି ରହିଥିଲେ ଓଡିଆ ଅତିଥି । ମ୍ୟାଚ ପୂର୍ବରୁ ହେବାକୁ ଥିବା ଅଧଘଣ୍ଟା ଓଡିଆ ଡବେଟ ପ୍ୟାନେଲ ‘ମ୍ୟାଚ ସେଣ୍ଟର ଲାଇଭ ଆଲୋଚନାରେ ଦେବାଶିଷ ମହାନ୍ତି, ବିପ୍ଲବ ସାମନ୍ତରାୟଙ୍କ ଭଳି ଅତିଥିମାନେ ଯୋଗ ଦେଇଥିଲେ । ପ୍ୟାନେଲ ଆଲୋଚନା , ମ୍ୟାଚ କମେଣ୍ଟ୍ରି , ଗ୍ରାଫିକ୍ସ ମଧ୍ୟ ଓଡିଆରେ ପ୍ରସାରିତ ହୋଇଥିଲା ।

Related posts

ଧମକ ଦେଲେ ପାକିସ୍ତାନୀ ୟୁଟ୍ୟୁବର

Odisha Sports Bureau

ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ 19ବର୍ଷରୁ କମ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା

Odisha Sports Bureau

ଟସ୍ ଜିତିଲା ସାଉଥ୍ ଆଫ୍ରିକା, ଫିଲ୍ଡିଂ କରିବ ଭାରତ

Odisha Sports Bureau