Cricket

ଆଇପିଏଲ ୨୦୨୪ରେ କମେଣ୍ଟ୍ରି କରିବେ ନବଜୋତ ସିଂ ସିଦ୍ଧୁ

ମାର୍ଚ୍ଚ ୨୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୪ । ଏଥିପାଇଁ ଉତ୍ସାହିତ କ୍ରିକେଟରସ ଠାରୁ ଫ୍ୟାନ୍ସ । ରଙ୍ଗାରଙ୍ଗ ଆଲୋକ ମେଳାରେ ସଜେଇ ହେବ ଷ୍ଟାଡିୟମ , ଉଡିବ ଚଉକା ଛକା । ତେବେ ପ୍ରଥମ ମ୍ୟାଚରେ ମୁହାଁ ମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ଏହାରି ଭିତରେ ପୂର୍ବତନ ଟିମ ଇଣ୍ଡିଆର କ୍ରିକେଟର ନବଜୋତ ସିଂ ସଦ୍ଧୁ ମଧ୍ୟ ଆଇପିଏଲ ୨୦୨୪ରେ ପ୍ରବେଶ କରିବାକୁ ଯାଉଛନ୍ତି । ଏଥିରେ ତାଙ୍କୁ ନୂଆ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଷ୍ଟାର ସ୍ପୋର୍ଟସ ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ତଥା ରାଜନେତା ନବଜୋତ ସିଂ ସିଦ୍ଧୁଙ୍କୁ ଆଇପିଏଲ ୨୦୨୪ ସିଜନ- ୧୭ ପାଇଁ କମେଣ୍ଟ୍ରି କରିବା ପାଇଁ ସ୍ୱାକ୍ଷର କରିଛନ୍ତି । କହିବାକୁ ଗଲେ , ୨୦୧୪ ମସିହାରେ ସିଦ୍ଧୁ କମେଣ୍ଟ୍ରି ଛାଡି ରାଜନୀତିରେ ପ୍ରବେଶ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ଆଇପିଏଲ ୨୦୨୪ ପାଇଁ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିବ ।

Related posts

କ୍ରିକେଟରୁ ସନ୍ନ୍ୟାସ ନେଲେ ଟେଲର

Odisha Sports Bureau

୯ ବର୍ଷ ପରେ ଆଇପିଏଲ୍ ଫାଇନାଲ୍ ଖେଳିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

Odisha Sports Bureau

ବାଧକ ସାଜିଲା ବର୍ଷା, ଆଜି ଖେଳାଯିବ ଆଇପିଏଲ୍ ଫାଇନାଲ୍

Odisha Sports Bureau

Leave a Comment