Cricket

ଆଇପିଏଲ ୨୦୨୪ରେ କମେଣ୍ଟ୍ରି କରିବେ ନବଜୋତ ସିଂ ସିଦ୍ଧୁ

ମାର୍ଚ୍ଚ ୨୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୪ । ଏଥିପାଇଁ ଉତ୍ସାହିତ କ୍ରିକେଟରସ ଠାରୁ ଫ୍ୟାନ୍ସ । ରଙ୍ଗାରଙ୍ଗ ଆଲୋକ ମେଳାରେ ସଜେଇ ହେବ ଷ୍ଟାଡିୟମ , ଉଡିବ ଚଉକା ଛକା । ତେବେ ପ୍ରଥମ ମ୍ୟାଚରେ ମୁହାଁ ମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ଏହାରି ଭିତରେ ପୂର୍ବତନ ଟିମ ଇଣ୍ଡିଆର କ୍ରିକେଟର ନବଜୋତ ସିଂ ସଦ୍ଧୁ ମଧ୍ୟ ଆଇପିଏଲ ୨୦୨୪ରେ ପ୍ରବେଶ କରିବାକୁ ଯାଉଛନ୍ତି । ଏଥିରେ ତାଙ୍କୁ ନୂଆ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଷ୍ଟାର ସ୍ପୋର୍ଟସ ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ତଥା ରାଜନେତା ନବଜୋତ ସିଂ ସିଦ୍ଧୁଙ୍କୁ ଆଇପିଏଲ ୨୦୨୪ ସିଜନ- ୧୭ ପାଇଁ କମେଣ୍ଟ୍ରି କରିବା ପାଇଁ ସ୍ୱାକ୍ଷର କରିଛନ୍ତି । କହିବାକୁ ଗଲେ , ୨୦୧୪ ମସିହାରେ ସିଦ୍ଧୁ କମେଣ୍ଟ୍ରି ଛାଡି ରାଜନୀତିରେ ପ୍ରବେଶ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ଆଇପିଏଲ ୨୦୨୪ ପାଇଁ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିବ ।

Related posts

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଶେଇ ଚର୍ଚ୍ଚାରେ ଭାରତୀୟ ଦଳର ଏହି ଖେଳାଳି

Odisha Sports Bureau

କ୍ରିକେଟ୍ ପାଇଁ ବିବାଦ, ୩ଟି ଯାକ ମ୍ୟାଚ ଖେଳିବନି ପାକିସ୍ତାନ

Odisha Sports Bureau

ବାଙ୍ଗାଲୋର ଓପିଏଲରେ ବାରବାଟୀ ସୁପର କିଙ୍ଗ୍ସ ବିଜୟୀ

Odisha Sports Bureau