Cricket

ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ପ୍ରଥମ ଥର ମହିଳା ପ୍ରିମିୟର ଲିଗର ଟାଇଟଲ ଜିତିଲା ଆରସିବି

ମହିଳା ପ୍ରିମିୟର ଲିଗ ଟାଇଟଲ ଜିତିଲା ବାଙ୍ଗାଲୋର । ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ହରାଇ ପ୍ରଥମ ଥର ମହିଳା ପ୍ରିମିୟର ଲିଗର ଟାଇଟଲ ଜିତିଲା ଆରସିବି । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଆୟୋଜିତ ଫାଇନାଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(Delhi Capital) ୱିମେନକୁ ହରାଇ ଚାମ୍ପିଅନ୍ ହୋଇଛି RCB। ସ୍ମତି ମନ୍ଦାନାଙ୍କ ନେତୃତ୍ୱରେ ମହିଳା ପ୍ରିମିୟର ଲିଗ୍‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୧୧୩ ରନ୍ କରିଥିଲା। RCB ୧୯ ଓଭର ୩ ବଲ୍‌ରେ ୨ ୱିକେଟ ହରାଇ କରିଥିଲା ୧୧୫ ରନ୍।  ଏଥିସହ ଦଳ ପ୍ରଥମ ଥର ପାଇଁ WPL ଚାମ୍ପିଅନ୍ ବନିଛି । RCBର ମୋଲିନକ୍ସ ତିନୋଟି ୱିକେଟ ନେଇଥିବା ବେଳେ ଶ୍ରେୟଙ୍କା ୪ଟି ୱିକେଟ ନେଇଛନ୍ତି। ସେହିଭଳି ଆଶା ଶୋଭାନା ଦୁଇଟି ୱିକେଟ ନେଇ ବିପକ୍ଷ ଦଳକୁ ବଡ଼ ସ୍କୋର୍ କରିବାରୁ ରୋକିଥିଲେ । ଯାହା ଟାଇଟଲ ହାତେଇବାରେ ସକ୍ଷମ ହୋଇଛି । RCBର ଏଲିସି ପ୍ୟାରୀ ବାଇଗଣୀ କ୍ୟାପ୍ , ଶ୍ରୀୟଙ୍କା ପାଟିଲଙ୍କୁ ନାରଙ୍ଗୀ କ୍ୟାପ୍ ଓ ଶ୍ରଷ୍ଠ ଖେଳାଳୀ ଭାବେ ସୋଫି ମାଲିନକ୍ସ ପୁରସ୍କୃତ କରାଯାଇଛି ।

Related posts

ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ଆଗରେ ଧରାଶାୟୀ ହାଇଦ୍ରାବାଦ

Odisha Sports Bureau

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି

Odisha Sports Bureau

ପ୍ରୋଭିଡେନ୍ସ ଷ୍ଟାଡିୟମରେ ଆଜି ଭାରତ ଓ ଇଂଲଣ୍ଡ ଖେଳିବେ ସେମି ଫାଇନାଲ