Cricket

ବିପକ୍ଷରେ ପାଣ୍ଡ୍ୟା ବ୍ରଦର୍ସ

ଚଳିତ ଆଇପିଲ କିଛିନା କିଛି କଥାକୁ ନେଇ ଚର୍ଚ୍ଚରେ ରହୁଛି ।ଚଳିତ ଆଇପଏଲ ପୁଣି ଏକ ଘଟଣା ଘଟିଛି ଯାହା ଆଇପିଏଲ ଇତିହାସରେ କେବେ ଘଟିନାହିଁ । ଗତ କାଲି ହୋଇଥିବା ରୋମାଞ୍ଚକର ମ୍ୟାଚ୍ରେଗୁଜରାଟ ଟାଇଟନ୍ସ ଗୁଜରାଟ ଟାଇଟନ୍ସ (GT) ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍(LSG) ମଧ୍ୟରେ ହୋଇଥିଲା ।ଏହି ମ୍ୟାଚ୍ ଏଥିପାଇଁ ନିଆରା କାରଣ ଗୁଜରାଟ ଓ ଲକ୍ଷ୍ନୌ ୨ ଟିମ୍ର କ୍ୟାପଟେନ୍ ସମ୍ପର୍କରେ ଭାଇ-ଭାଇ। ଆଇପିଏଲ୍ ଇତିହାସରେ ଏହା ପ୍ରଥମ ମ୍ୟାଚ୍ ହେବ, ଯେଉଁଠି ୨ ଭାଇ କ୍ୟାପଟେନ୍ ଭାବେ ମୈଦାନକୁ ଓହ୍ଲାଇବେ ଓ ଟିମ୍ ସମ୍ଭାଳିବେ।ଗୁଜରାଟ ଟିମ୍ର କମାଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟା ଥିବାବେଳେ ଲକ୍ଷ୍ନୌ ଟିମ୍ର କ୍ୟାପଟେନ୍ ହାର୍ଦ୍ଦିକଙ୍କ ଭାଇ କୃଣାଲ ପାଣ୍ଡ୍ୟା।


୨୦୨୨ଆଇପିଏଲରେ ୨ଟି ନୂଆ ଟିମ ଏଣ୍ଟ୍ରି କରିଥିଲେ । ଗୁଜୁରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ । ଗୁଜୁରାଟ ଟିମରେ ପ୍ରଥମରୁ ହାର୍ଦ୍ଧିକ ପାଣ୍ଡ୍ୟା କ୍ୟାପଟେନ ଥିବା ବେଳେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ର କ୍ୟାପଟେନ ହୋଇଥିଲେ କୃଣାଲଙ୍କୁ ଉପ-ଅଧିନାୟକ ଓ କେଏଲ୍ ରାହୁଲଙ୍କୁ ଅଧିନାୟକ କରାଯାଇଥିଲା। ତେବେ ଚଳିତ ସିଜନ୍ରେ କେଏଲ୍ ରାହୁଲ ଆଘାତ ହୋଇଥିବା ଯୋଗୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଫଳରେ କୃଣାଲଙ୍କ ହାତରେ ଟିମ୍ର ଅଧିନାୟକ ଦାୟିତ୍ୱ ଭାର ରହିଛି। ଏଭଳି ଭାବେ ଆଇପିଏଲ୍ ଇତିହାସରେ ହାର୍ଦ୍ଦିକ ଓ କୃଣାଲଙ୍କ ଯୋଡ଼ି ଅଧିନାୟକ ଭାଇ ଭାବେ ପ୍ରଥମ ଯୋଡ଼ି ହୋଇଛି।

Related posts

ଆଇପିଏଲ୍ ନିଲାମୀରେ ସବୁଠୁ ଦାମୀ ଖେଳାଳି ହେଲେ ଇଂଲଣ୍ଡର ସାମ୍ କରନ

Odisha Sports Bureau

ଅଧିନାୟକ ରୋହିତ ଶର୍ମାଙ୍କ ଆଶା, ଏଥର ଭାରତ ହିଁ ଜିତିବ ଦିନିକିଆ ବିଶ୍ୱକପ

Odisha Sports Bureau

୧୫ଜଣିଆ ଅଷ୍ଟ୍ରେଲିଆ ଟିମରେ ୱାର୍ଣ୍ଣର ଓ ସ୍ମିଥ

Odisha Sports Bureau