Cricket

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା: ରିସି ଟପ୍‌ଲେ ଆଘାତପ୍ରାପ୍ତ

ନୂଆଦିଲ୍ଲୀ : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା । ଆର୍‌ସିବି ପେସ୍‌ ବୋଲର ରିସି ଟପ୍‌ଲେ ଆଘାତପ୍ରାପ୍ତ ହୋଇଛନ୍ତି। ଏଠାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କର ଡାହାଣ କାନ୍ଧରେ ଆଘାତ ଲାଗିଛି। ସ୍କାନ ଫଳାଫଳ ମିଳିବା ପରେ ଯାଇ ଇଂଲଣ୍ଡ ଖେଳାଳିଙ୍କ ଏହା କେତେ ଗୁରୁତର ତାହା ସ୍ପଷ୍ଟ ହେବ ବୋଲି ଆରସିବି ମୁଖ୍ୟ କୋଚ୍‌ ମାଇକ୍‌ ହେସନ କହିଛନ୍ତି।

ଆରସିବି ଏହି ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ ୮ ଉଇକେଟରେ ବିଜୟ ଲାଭ କରି ଭଲ ଆରମ୍ଭ କରିଛି। ଟପ୍‌ଲେ ବର୍ତ୍ତମାନ ଦଳର ଆଘାତପ୍ରାପ୍ତ ଖେଳାଳି ତାଲିକାରେ ସମାିଲ ହୋଇଛନ୍ତି। ଦଳ ପାଇଁ ଏହା ଚିନ୍ତାର କାରଣ ହୋଇଛି। ପୂର୍ବରୁ ଡାହାଣ ହାତୀ ବ୍ୟାଟର ରଜତ ପଟିଦାର ଓ ଫାଷ୍ଟ ବୋଲର ଜୋଶ ହାଜେଲଉଡ୍‌ ଆଘାତପ୍ରାପ୍ତ ହୋଇସାରିଛନ୍ତି।

ପଟିଦାରଙ୍କ ଗୋଇଠିରେ ଆଗତା ଲାଗିଛି। ସେ ଅତିକମ୍‌ରେ ଆଇପିଏଲ୍‌ର ପ୍ରଥମାର୍ଦ୍ଧ ଖେଳିପାରିବେ ନାହିଁ। ଅନ୍ୟପକ୍ଷରେ ହାଜେଲଉଡ୍‌ ପ୍ରଥମ ୭ଟି ମ୍ୟାଚ ଖେଳି ନ ପାରନ୍ତି। ଆହତ ହୋଇ ଦଳରୁ ବାଦ୍ ପଡିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍ । କୋଲକାତା ବିପକ୍ଷ ମ୍ୟାଚ୍ ପୂର୍ବରୁ ଆରସିବିକୁ ଏହି ଝଟକା ଲାଗିଛି । ଏନେଇ ଆରସିବି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

Related posts

ଆଇପିଏଲରୁ ବିଦାୟ ନେଲେ ମର୍କ୍ସ ଉଡ

Odisha Sports Bureau

ଆଜି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଶୃଙ୍ଖଳା

Odisha Sports Bureau

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର…

Odisha Sports Bureau