Hockey

ପୁରୁଷ ହକିବିଶ୍ୱକପରେ ଖେଳାଳିଙ୍କ ଆଜିଠାରୁ ଘର ମୁହାଁ ପର୍ବ

(ଓଡିଶା ସ୍ପୋର୍ଟ): ଓଡ଼ିଶା ପୁରୁଷ ହକିବିଶ୍ୱକପରେ ଆଜିଠାରୁ ଆରମ୍ଭ ହେବ ଖେଳାଳିଙ୍କ ବିଦାୟୀ ଦିନ । ଆଜି ପୁଲ-ଏର ଦୁଇଟି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଯେଉଁ ଦଳ ପରାଜିତ ହେବେ ସ୍ୱଦେଶ ଫେରିବେ । ଅଷ୍ଟମ ଦିନରେ ଅପରାହ୍ନ ୫ ଟାରେ ସ୍ପେନ-ନ୍ୟୁଜିଲାଣ୍ଡ ଓ ସଂଧ୍ୟା ୭ ଟାରେ ଆର୍ଜେଣ୍ଟିନା-ଫ୍ରାନ୍ସ ମଧ୍ୟରେ ହେବ କଡ଼ା ଟକ୍କର୍ ।

ଆର୍ଜେଣ୍ଟିନା ପାଇଁ ଆଜିର ଦିନ ଗୁରୁତ୍ୱପୂର୍ଣ୍ଣ ରହିଛି । ୨ଟି ମ୍ୟାଚ ଖେଳି ୨ଟିରେ ବିଜୟ ହାସଲ କରିବା ସହ ୬ ପଏଣ୍ଟ୍ ପାଇ ତାଲିକାର ଶୀର୍ଷ ସ୍ଥାନରେ ରହିଛି । ଆର୍ଜେଣ୍ଟିନା ବିଜୟୀ ହେଲେ କିମ୍ବା ଡ୍ର ରଖିଲେ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବ । ନ୍ୟୁଜିଲାଣ୍ଡ ୩ ପଏଣ୍ଟ ପାଇଥିବାବେଳେ ଉଭୟେ ସ୍ପେନ ଓ ଫ୍ରାନ୍ସ ଗୋଟିଏ ଲେଖାଏଁ ପଏଣ୍ଟ୍ ପାଇଛନ୍ତି । ଚାରୋଟି ଦଳ ମଧ୍ୟରୁ ପରାଜିତ ଦଳକୁ ସ୍ୱଦେଶ ଫେରିବାକୁ ପଡିବ । କ୍ୱାର୍ଟର ଫାଇନାଲକୁ ଉତୀନ୍ନ ହେବା ଦଳ ବୁଧବାର କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହେବ । ସ୍ପେନ୍ ଓ ଫ୍ରାନ୍ସ ମ୍ୟାଚ୍ ଜିତିଲେ କ୍ରସ୍ ଓଭର୍ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବେ ।

Related posts

୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ

Odisha Sports Bureau

ଆଜି ଠାରୁ ହକି ଲଢେଇ ପ୍ରଥମ ଦିନରେ ଦୁଇଟି ମ୍ୟାଚ୍

Odisha Sports Bureau

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତୀୟ ପୁରୁଷ ହକି ଟିମର ବିଜୟ

Odisha Sports Bureau