Hockey

ହକି ବିଶ୍ୱକପ ବାରବାଟି ବୁଲି ପ୍ରସ୍ତୁତି ସମିକ୍ଷା କରିଛନ୍ତି ଓସିଏ ସଭାପତି

ଭୁବନେଶ୍ୱର : କଟକ ବାରବାଟି ଷ୍ଟାଡିୟମରେ ହେବ ହକି ବିଶ୍ୱକପର ଉଦଘାଟନି ଉତ୍ସବ । ଯାହାକି ଜାନୁଆରୀ ୧୧ରେ ଅନୁଷ୍ଠିତ ହେବ । ଏନେଇ ବାରବାଟି ଷ୍ଟାଡିୟମ ବୁଲି ପ୍ରସ୍ତୁତି ସମିକ୍ଷା କରିଛନ୍ତି ଓସିଏ ସଭାପତି ପ୍ରଣବ ପ୍ରକାଶ ଦାଶ । ଅନୁଷ୍ଠତି ହକି ବିଶ୍ୱକପର ମେଘା ଉଦଘାଟନି ଉତ୍ସଭ କଟକ ବାରବାଟିରେ ହେବ । ସେଥିଲାଗି ପ୍ରସ୍ତୁତି ସମିକ୍ଷା କରିଛନ୍ତି ଓସିଏ ସଭାପତି ପ୍ରଣବ ପ୍ରକାଶ ଦାଶ, କ୍ରିଡା ସଚିବ ବିଧାୟକ ସୋଭିକ ବିଶ୍ୱାଳ, ଦେବି ରଞ୍ଜନ ତ୍ରୀପାଠି, ମେୟର ସୁବାସ ସିଂହ, ପୂର୍ବତନ ବିଧାୟକ ଦେବାଶିସ ସାମନ୍ତରାୟ, କଟକ ଡିସିପି ଓ ସିଏମସିଙ୍କ ଉପସ୍ତିତିରେ ଅନୁଷ୍ଠିତ ହୋଇଥିଲା ଉଚ୍ଚ ସ୍ତରୀୟ ସମିକ୍ଷା ବୈଠକ । ଆସନ୍ତା ଜାନୁଆରୀ ୧୧ ତାରିଖରେ କଟକ ବାରବାଟିରେ ଉଦଘାଟନି ଉତ୍ସବ ହେବ । ଏଥିପାଇଁ ସ୍ଥିିତି ସମିକ୍ଷା କରିଛନ୍ତି ।

ହକି ବିଶ୍ୱକପ ପାଇଁ କିଭଳି ସ୍ତିତି ରହିଛି ନିଜେ ବୁଲି ଦେଖିଛନ୍ତି ଓସିଏ ସଭାପତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓସିଏ ସଭାପତି ପ୍ରଣବ ପ୍ରକାଶ ଦାଶ ମଙ୍ଗଳବାର ଦିନ ଟିକି ନିଖି ସ୍ତିତିର ସମିକ୍ଷା କରିଛନ୍ତି । ଏବଂ ତାଙ୍କ ସାଥିରେ ଥିଲେ ବିଧାୟକ ସୋଭିକ ବିଶ୍ୱଳ । ଆସନ୍ତା ଜାନୁଆରୀ ୧୧ ତାରିଖରେ ମେଗା ଇଭେଣ୍ଟ ହେବାକୁ ଯାଉଛି । ଯେହେତୁ ବାରବାଟିରେ ହକି ବିଶ୍ୱକପର ମେଗା ଉଦଘାଟନି ଉତ୍ସବ ପାଳନ କରାଯିବ ଏବଂ ଉଦଘାଟନି ଉତ୍ସବରେ କିଭଳି ଶାନ୍ତି ସୃଙ୍ଖଳା ବଜାଇ ରହିବ ସେନେଇ ସମସ୍ତ ପ୍ରସ୍ତୁତିର ସମିକ୍ଷା କରିଛନ୍ତି ଓସିଏ ସଭାପତି ପ୍ରଣବ ପ୍ରକାଶ ଦାଶ । ବକି ବିଶ୍ୱକପକୁ ସଫଳ ଭାବେ ଆୟୋଜନ କରିବାକୁ ଗୁରୁତ୍ୱ ଦିଆଯାଉଛି । ଏହି ଉତ୍ସବକୁ ଦର୍ଶକ କିପରି ଭଲରେ ଦେଖିବେ ଓ ଟିକେଟ ପାଇବେ ସେନେଇ ଖୁବ୍ ଶିଘ୍ର ବ୍ୟବସ୍ତା କରାଯିବ ବୋଲି ସୂଚନା ମିଳିଛି ।

 

Related posts

ଭାରତୀୟ ହକି ଖେଳାଳିଙ୍କ ପାଇଁ ଓଡିଶା ସରକାରଙ୍କ ପୁରସ୍କାର ଘୋଷଣା

Odisha Sports Bureau

ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକଙ୍କୁ ସ୍ବର୍ଣ୍ଣ, ବାଳିକାଙ୍କୁ ରୌପ୍ୟ

Odisha Sports Bureau

ଫ୍ରାନ୍ସ ‘ଏ’କୁ ମାତ ଦେଇ ଭାରତ ‘ଏ’ର କ୍ରମାଗତ ତୃତୀୟ ବିଜୟ

Odisha Sports Bureau