Uncategorized

ହକି ବିଶ୍ୱକପ୍ ପାଇଁ ଓଡ଼ିଶାରେ ପହଞ୍ଚିଲା ଭାରତୀୟ ଦଳ

ଭୁବନେଶ୍ବର : ହକି ବିଶ୍ୱକପ୍ ପାଇଁ ଓଡ଼ିଶାରେ ପହଞ୍ଚିଲା ଭାରତୀୟ ଦଳ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ହକି ଟିମକୁ ଭବ୍ୟ ସ୍ବାଗତ କରାଯାଇଛି । ଅଧିନାୟକ ହରମିନପ୍ରୀତ ସିଂହଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ୍ ଟିମ୍ । ଭୁବନେଶ୍ବର ପରେ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ସଂଧ୍ୟା ସୁଦ୍ଧା ରାଉରକେଲାରେ ପହଞ୍ଚିବେ ଟିମ୍ ଇଣ୍ଡିଆ । ବିଶ୍ୱକପର ପ୍ରଥମ ଦଳ ଭାବେ ଘରୋଇ ଦଳ ରାଉରକେଲାରେ ପହଞ୍ଚିବ । ଏହି ଅବସରରେ ରାଉରକେଲାରେ ଅଭ୍ୟାସ ମ୍ୟାଚ୍ ଖେଳିପାରନ୍ତି ଭାରତୀୟ ହକି ଟିମ୍ । ଜାନୁଆରୀ ପ୍ରଥମ ସପ୍ତାହରୁ ବିଦେଶୀ ଦଳ ଗୁଡ଼ିକ ଭୁବନେଶ୍ୱର ଓ ରାଉକେଲାରେ ପହଞ୍ଚିବେ ।

ବିଶ୍ବକପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ, ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ମ୍ୟାଚ୍ । ଜାନୁଆରୀ ୧୩ ରୁ ୨୯ ତାରିଖ ଯାଏ ଭୁବନେଶ୍ବର ଓ ରାଉରକେଲାରେ ମ୍ୟାଚ୍ ଖେଳାଯିବ । ୧୩ ତାରିଖରେ ସ୍ପେନ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତୀୟ ହକି ଟିମ୍ । ସେହିପରି ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ। ଭାରତୀୟ ଟିମ୍‌ ଜାନୁଆରି ୧୯ ତାରିଖରେ ୱେଲ୍ସ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍‌ ଖେଳିବ।

Related posts

ଆଡିଲେଡ ଟେଷ୍ଟରେ ଭାରତର ଲଜ୍ଜାଜନକ ବ୍ୟାଟିଂ, ୩୬ରେ ଅଲଆଉଟ

Odisha Sports Bureau

ଭିନେଶ ଫୋଗଟ୍‌ଙ୍କୁ ମିଳିବ କି ଯୁଗ୍ମ ରୌପ୍ୟ ପଦକ? ଆଜି ଆସିବ ରାୟ

Odisha Sports Bureau

ବ୍ଲକସ୍ତରୀୟ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau