Hockey

ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକଙ୍କୁ ସ୍ବର୍ଣ୍ଣ, ବାଳିକାଙ୍କୁ ରୌପ୍ୟ

ଆସାମ: ଆସାମର ‌ଗୁଆହାଟୀଠାରେ ଆୟୋଜିତ ଦ୍ବିତୀୟ ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ବାଳିକା ଦଳ ରୌପ୍ୟ ପଦକ ହାସଲ କରିଛନ୍ତି। ଓଡ଼ିଶା ବାଳକ ଦଳ ଫାଇନାଲ୍‌ରେ ହକି ଝାଡ଼ଖଣ୍ଡକୁ ପେନାଲ୍ଟି ସୁଟ୍‌ଆଉଟ୍‌ରେ ୪-୩ (୬-୬)ଗୋଲ୍‌ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ବାଳିକାରେ ଓଡ଼ିଶା ସେହି ଝାଡ଼ଖଣ୍ଡ ସହ ଜୋରଦାର ଲଢ଼େଇ କରିଥିଲେ ମଧ୍ୟ ୩-୦ (୧-୧)ଗୋଲ୍‌ରେ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା।

ବାଳକ ଫାଇନାଲ୍‌ର ନିର୍ଦ୍ଧାରିତ ସମୟରେ ଓଡ଼ିଶା ପକ୍ଷରୁ ମିଥିଳେଶ କେର୍କେଟା (୧୯, ୬୦), ଅଖିଳେଶ ଲାକ୍ରା (୨୩), ସୁବୋଧ ଲାକ୍ରା (୨୫) ଓ ମନଦୀନ କେର୍କେଟା ଗୋଲ୍ ଦେଇଥିଲେ। ସେହିଭଳି ପେନାଲ୍ଟି ସୁଟ୍‌ଆଉଟ୍‌ରେ ସଲମାନ ଲାକ୍ରା, ଦିବିତ ମାଡକି, ଅର୍ମାନ ସୋରେଙ୍ଗ ଓ ମନଦୀପ କେର୍କେଟା ସଫଳ ହୋଇଥିଲେ। ବାଳିକା ଫାଇନାଲ୍‌ର ନିର୍ଦ୍ଧାରିତ ସମୟରେ ଓଡ଼ିଶା ପାଇଁ କେବଳ ପ୍ରିୟଙ୍କା ମିଞ୍ଜ୍ ଗୋଲ୍ ଦେଇଥିଲେ। ଅନ୍ୟପକ୍ଷରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ କୌଣସି ଓଡ଼ିଆ ଖେଳାଳି ଗୋଲ୍ କରି ପାରି ନଥିଲେ। ଏହି ସଫଳତା ପାଇଁ ଓଡ଼ିଶା ଦଳର ମୁଖ୍ୟ ପ୍ରଶିକ୍ଷକ ପ୍ରଫୁଲ୍ଲ ତିର୍କି ଓଡ଼ିଶା ଦଳର ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିଭଳି ସହଯୋଗ ଓ ସମର୍ଥନ ଲାଗି ରାଜ୍ୟ ସରକାର ଓ ହକି ଏଚ୍‌ପିସି ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Related posts

ନବନିତଙ୍କ ଗୋଲ୍ ବଳରେ ଭାରତ-ମ୍ୟାଲେସିୟା ମ୍ୟାଚ୍ ଡ୍ର

30ରେ ସରିବ ହକି ଷ୍ଟାଡିଅମ କାର୍ଯ୍ୟ : ମୁଖ୍ୟ ଶାସନ ସଚିବ

Odisha Sports Bureau

୨୦୨୩ ହକି ବିଶ୍ୱକପ ପାଇଁ ରାଉରକେଲାରେ ପ୍ରସ୍ତୁତି ଜୋରଦାର

Odisha Sports Bureau