Hockey

30ରେ ସରିବ ହକି ଷ୍ଟାଡିଅମ କାର୍ଯ୍ୟ : ମୁଖ୍ୟ ଶାସନ ସଚିବ

ରାଉରକେଲା: ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି ହକି ମହାକୁମ୍ଭ ପୁରୁଷ ହକି ବିଶ୍ୱକପ । ୨୦୨୩ରେ ଆରମ୍ଭ ହେବ ଏହି ବିଶ୍ୱକପ । ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ଆଜି ରାଉରକେଲା ଗସ୍ତରେ ଆସିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ସକାଳ ୧୦ଟା ୪୮ ମିନିଟ ସମୟରେ ଦୁହେଁ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିଥିଲେ। ସେଦୁହେଁ ପ୍ରଥମେ ବିମାନ ବନ୍ଦରର ସମ୍ପ୍ରସାରଣ କାମ ତଦାରଖ କରିଥିଲେ। ଏହାପରେ, ବିପିୟୁଟି ପରିସରରେ ଚାଲିଥିବା ଦେଶର ବୃହତ୍ତମ ହକି ଷ୍ଟାଡିୟମ, ବୀର୍ସା ମୁଣ୍ଡା ଛକ ନିକଟରେ ନିର୍ମାଣାଧୀନ ଅଲ୍ଟ୍ରା

ମଡର୍ଣ୍ଣ ସ୍ପୋର୍ଟସ କମ୍ପ୍ଲେକ୍ସ , ସହରରେ ଚାଲିଥିବା ଉନୟନ କାମର ପରିଦର୍ଶନ କରିଥିଲେ। ତାପରେ ବିମାନ ବନ୍ଦରରେ ବରିଷ୍ଠ ଅଧିକାରୀମାନଙ୍କ ସହ ସମୀକ୍ଷ ବୈଠକ କରିଥିଲେ। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଚଳିତ ମାସ ୩୦ ତାରିଖ ସୁଦ୍ଧା ନିର୍ମାଣାଧୀନ ଷ୍ଟାଡିୟମ, ଚାଲିଥିବା ବିମାନ ବନ୍ଦରର ସମ୍ପ୍ରସାରଣ , ସହରର ସୋନ୍ଦର୍ଯ୍ୟକରଣ କାମ ସହ ପାରିପାର୍ଶ୍ବିକ ଉନ୍ନୟନ କାମ ସରିବ। ଏଥିସହ ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଅଭ୍ୟାସ ମ୍ୟାଚ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

Related posts

ଭାରତୀୟ ହକି ଖେଳାଳିଙ୍କ ପାଇଁ ଓଡିଶା ସରକାରଙ୍କ ପୁରସ୍କାର ଘୋଷଣା

Odisha Sports Bureau

ମାଟି କାମୁଡିଲା ପାକିସ୍ତାନ; ୩-୧ରେ ଭାରତ ବିଜୟୀ

Odisha Sports Bureau

୧୩ ତମ ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିଅନସିପ୍ ୨୦୨୩ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ଓଡିଶା ହକି ଆସୋସିଏସନ୍

Odisha Sports Bureau