Hockey

୨୦୨୩ ହକି ବିଶ୍ୱକପ ପାଇଁ ରାଉରକେଲାରେ ପ୍ରସ୍ତୁତି ଜୋରଦାର

(ଭୁବନେଶ୍ୱର): ଭୂବନେଶ୍ୱର ପରେ ୨୦୨୩ରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱକପ ହକି ପ୍ରତିଯୋଗିତା । ଏଥିପାଇଁ ସେକ୍ଟର-୫ ବିଜୁ ପଟ୍ଟନାୟକ ହକି ଷ୍ଟ୍ରାଡିୟମରେ ପ୍ରସ୍ତୁତି ଜୋରଦାର ହୋଇଛି । ଉଭୟ ପ୍ରଶାସନିକ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଧିକାରୀମାନେ ଷ୍ଟାଡିୟମ ପରିଦର୍ଶନ କରି କାର୍ଯ୍ୟ ତଦାରଖ କରୁଥିବା ଦେଖିବାକୁ ମିଳିଛି ।

ଭୂବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଭଳି ଏଠାରେ ମଧ୍ୟ ଷ୍ଟାଡିୟମ ଭିତରେ ଖେଳାଳିଙ୍କ ନିମନ୍ତେ ଅଭ୍ୟାସ ପଡିଆ, ସନ୍ତରାଣାଗାର, ଖେଳ ଗ୍ରାମ, ଅଲମ୍ପିଆଡ ସେଲ, ଭିଆଇପି ସେଲ, ମିଡିଆ ସେଲ, ଆଦିର ନିର୍ମାଣ ପାଇଁ ଯୋଜନା ରହିଛି । ଏନେଇ ବହୁ ବରିଷ୍ଠ ଅଧିକାରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହେବ । ସୂଚନା ଅନୁଯାୟୀ, ଗୁରୁବାର ଆନ୍ତର୍ଜାତିକ ହକି ମହାସଂଘର ସଭାପତି ନରେନ୍ଦ୍ର ବାତ୍ରା, ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଲିନା ନର୍ମାନ, କ୍ୟାପଟେନ ସି ଆର ଶ୍ରୀବାସ୍ତବ, ବି ଏନ ଭୂଷଣ, ବିକ୍ରମ ପାଲ ସିଂ ଓ ଏମ ଡି ଆଜମଙ୍କ ସହ ରାଜ୍ୟ କ୍ରୀଡା ସଚିବ ବିଶାଲ ଦେବ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଗସ୍ତ କରି ବିଶ୍ୱକପ ପ୍ରତିଯୋଗିତା ଆୟୋଜନ ଓ ପ୍ରସ୍ତୁତ ହୋଇଥିବା ଯୋଜନା ମୁତାବକ କାର୍ଯ୍ୟଗୁଡିକର ସ୍ଥିତି ସମୀକ୍ଷା କରିବେ । ଷ୍ଟାଡିୟମର ଚତୁଃପାଶ୍ୱର୍ରେ ଥିବା ଛୋଟ ବଡ ଖେଳପଡିଆ ଗୁଡିକର ସୌନ୍ଦର୍ଯ୍ୟକରଣ ନେଇ ମଧ୍ୟ ଏଥିରେ ଆଲୋଚନା ହେବ । ହକିର ଗଡ ରାଉରକେଲାରେ ପ୍ରଥମ ଥର ପାଇଁ ବିଶ୍ୱକପ ହକି ପ୍ରତିଯୋଗିତା ଆୟୋଜନ ହେଉଥିବାରୁ ବିଶେଷ କରି ଏଥିରେ ଭାଗ ନେବାକୁ ଥିବା ଖେଳାଳି ଓ କ୍ରୀଡା ପ୍ରେମୀମାନଙ୍କ ପାଇଁ ରହଣି ଓ ଖାଦ୍ୟପେୟ ଯୋଗାଇ ଦେବା ନେଇ ଏହି ବୈ÷ଠକରେ ଆଲୋଚନା କରାଯିବ । ବିଶ୍ୱକପକୁ ଦୃଷ୍ଟିରେ ରଖି ସ୍ମାର୍ଟସିଟିରେ ଏୟାରପୋର୍ଟ, ରେଳ ଷ୍ଟେସନ ଓ ବସ ଟର୍ମିନାଲର ସୌନ୍ଦର୍ଯ୍ୟକରଣ ପ୍ରତି ଗୁରୁତ୍ୱାରୋପ କରାଯିବ । ଏଥିରେ ମହାନଗର ନିଗମ କମିଶନର ଓ ସୁନ୍ଦରଗଡ ଜିଲ୍ଲାପାଳଙ୍କ ସହ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିବେ ।

ପ୍ରକାଶ ଥାଉକି, ବୁଧବାର ସକାଳେ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ବରିଷ୍ଠ ହକି କୋଚ ପିଟର ତିର୍କିୀ, ଷ୍ଟିଲ ପ୍ଲାଣ୍ଟ କ୍ରୀଡା ବିଭାଗର ଜିଏମ ବିଜୟ ରାଉତ ଷ୍ଟାଡିୟମ ପରିଦର୍ଶନ କରି ବିଶ୍ୱକପର ଆୟୋଜନ କିଭଳି ସୂଚାରୁରୁପେ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ ।

Related posts

ମ୍ୟାଚ ସରିବା ପରେ ସ୍ପେନ ଖେଳାଳି ଆର୍ଜେଣ୍ଟିନା ଖେଳାଳିଙ୍କ ସହିତ ପାଟିତୁଣ୍ଡ

ଆଜି ଓହ୍ଲାଇବ ଅଷ୍ଟ୍ରେଲିଆ

Odisha Sports Bureau

ପରସ୍ପରକୁ ଭେଟିବେ ଜର୍ମାନୀ-ନେଦରଲାଣ୍ଡ ଓ ପାକିସ୍ଥାନ-ମାଲେସିଆ

Odisha Sports Bureau