Uncategorized

ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଦଳ

ଭୁବନେଶ୍ୱର : ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଦଳ । ଖେଳାଳି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ପରେ ଭାରତୀୟ ଦଳଙ୍କୁ ସ୍ୱାଗତ କରିଥିଲେ । ହର୍ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଭୁବନେଶ୍ୱରରୁ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ସଂଧ୍ୟା ସୁଦ୍ଧା ରାଉରକେଲାରେ ପହଞ୍ଚିବେ । ଭାରତୀୟ ଖେଳାଳି ନିୟମିତ ଭାବେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଅଭ୍ୟାସ କରିବେ । ଆସନ୍ତାକାଲିଠାରୁ ଭାରତୀୟ ଖେଳାଳି ନିୟମିତ ଭାବେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଭ୍ୟାସ କରିବେ । ଜାନୁଆରୀ ପ୍ରଥମ ସପ୍ତାହରୁ ବିଦେଶୀ ଦଳ ଗୁଡ଼ିକ ଭୁବନେଶ୍ୱର ଓ ରାଉକେଲାରେ ପହଞ୍ଚିବେ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ନବ ନିର୍ମିତ ହୋଟେଲରେ ଭାରତୀୟ ଖେଳାଳିଙ୍କ ରହିବାର ବ୍ୟବସ୍ଥା ହୋଇଛି । ବିଶ୍ୱକପ୍ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଓଡ଼ିଶାର ଅମିତ ରୋହିଦାସଙ୍କୁ ଉପଅଧିନାୟକ ଦାୟିତ୍ୱ ନେଇଛନ୍ତି । ଅମିତ ରୋହିଦାସଙ୍କ ସହ ସଂଜୀବ ନିଲମ ଖେସ୍ ବି ଦଳରେ ସାମିଲ୍ ହୋଇଛନ୍ତି। ଅମିତ ରୋହିଦାସ କହିଛନ୍ତି, ମୁଁ ନିଜ ମାଟିରେ ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟ ଖେଳୁଥିବାରୁ ଖୁସି ଲାଗୁଛି। ଆମେ ବେଙ୍ଗାଲୁରୁରେ ପ୍ରାକ୍ଟିସ କରି ଆସିଛୁ। ପୁଣି ରାଉରକେଲା ଯାଇ ପ୍ରାକ୍ଟିସ କରିବୁ। ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟରେ ଆମେ ଭଲ ପ୍ରଦର୍ଶନ କରିବୁ ।

Related posts

ନୋଭାକ ଜୋକୋଭିଙ୍କୁ ୨୪ତମ ଗ୍ରାଣ୍ଡସ୍ଲାମ

Odisha Sports Bureau

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ

Odisha Sports Bureau

ଫିଫା ର଼୍ୟାଙ୍କିଙ୍ଗ୍ରେ ୧୦୧ ତମ ସ୍ଥାନକୁ ଉଠିଲା ଭାରତ

Odisha Sports Bureau