More Sports

ବସ୍ତିରେ ରହି ସ୍ୱପ୍ନ ଦେଖୁଥିବା ଖେଳାଳିଙ୍କ ଘରେ ପହଞ୍ଚିଥିଲେ ପେଟ୍ରା

ଭୁବନେଶ୍ୱର: ଟେବୁଲ ଟେନିସ ଖେଳାଳିଙ୍କୁ ଭେଟିଲେ ପେଟ୍ରା । ବସ୍ତିରେ ରହି ସ୍ୱପ୍ନ ଦେଖୁଥିବା ଖେଳାଳିଙ୍କ ଘରେ ପହଞ୍ଚିଥିଲେ ପେଟ୍ରା । ଆଉ ସେମାନଙ୍କୁ ଆଗକୁ ବଢିବାକୁ ଆଇଟିଟିଏଫ ସବୁ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସଭାପତି ପେଟ୍ରା । ବସ୍ତିରେ ଛପିରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୋ ସ୍ପୋର୍ଟସର ପ୍ରୟାସକୁ ମଧ୍ୟ ପେଟ୍ରା ପ୍ରଶଂସା କରିଛନ୍ତି ।ସୂଚନା ମୁତାବକ ଅନ୍ତର୍ଜାତୀୟ ଟେବୁଲ ଟେନିସ୍ ଫେଡେରେସନର ସଭାପତି ପେଟ୍ରା ସୋରଲିଙ୍ଗ ଟେବୁଲ ଟେନିସରେ କ୍ୟାରିଅର କରିବାକୁ ସ୍ୱପ୍ନ ଦେଖୁଥିବା କିଛି ଖେଳାଳିଙ୍କ ଭୁବନେଶ୍ୱର ବସ୍ତିରେ ଥିବା ସେମାନଙ୍କ ଘରକୁ ଯାଇ ଭେଟିଛନ୍ତି ପେଟ୍ରା । ସେହିପରି ପିଲାମାନଙ୍କ ଭବିଷ୍ୟତ ନେଇ ଅଭିଭାବକଙ୍କ ସହ ବି ଆଲୋଚନା କରିଛନ୍ତି । ଏତିକି ନୁହେଁ ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ସେ ଟେବୁଲ୍ ଟେନିସର ପାଠ ପଢାଇଛନ୍ତି । ପାଠପଢା ସାଙ୍ଗକୁ କିପରି ଟେବୁଲ ଟେନିସରେ କଡା ଅଭ୍ୟାସ କରି ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରତିନିଧିତ୍ୱ କରିହେବ ସେନେଇ ଖେଳାଳୀମାନଙ୍କୁ ମନ୍ତ୍ର ମଧ୍ୟ ଦେଇଛନ୍ତି ।

Related posts

ପୁରୁଷ ଓ ମହିଳା ପ୍ରଫେଶନାଲ ଟେନିସ ଟୁର୍ନାମେଣ୍ଟ ବାତିଲ

Odisha Sports Bureau

ବିଶ୍ୱ ଚମ୍ପିଆନଶିପର ଦ୍ୱିତୀୟ ପର୍ଯ୍ୟାୟରେ ଦୁର୍ଯ୍ୟଧନ

Odisha Sports Bureau

ଟୋକିଓ ଅଲିମ୍ପିକ୍ସ: ଏହି ପାଞ୍ଚ ଜଣ ଆଥଲେଟଙ୍କଠାରୁ ପଦକ ଆଶା କରାଯାଉଛି

Odisha Sports Bureau