Cricket

ଆଜି ଆଇପିଏଲରେ ମହାସଙ୍ଗମ , ମୁହାଁ ମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ- ମୁମ୍ବାଇ ଇଣ୍ଡିଆନ

ଆଜି ଆଇପିଏଲରେ ଖେଳାଯିବ ମହାମୁକାବିଲା । ମୁମ୍ବାଇ ୱାଙ୍ଖେଡ ଷ୍ଟାଡିୟମରେ ହେବ ଟକ୍କର । ଆଜି ମୁହାଁ ମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ଥର ଚମ୍ପିଆନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ । ସନ୍ଧ୍ୟା ୭ଟା୩୦ ମିରେ ଖେଳାଯିବ ଏହି ମ୍ୟାଚ । ଚଳିତ ସିଜିନରେ ଚେନ୍ନାଇ ଦୁଇଟି ମ୍ୟାଚ୍ ଖେଳିଥିବାବେଳେ ଗୋଟିଏରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରିଛି । ସେହିପରି ଏପର୍ୟ୍ୟନ୍ତ ବିଜୟର ସ୍ୱାଦ ଚାଖିପାରିନି ମୁମ୍ବାଇ । ତେଣୁ ଆଜିର ମ୍ୟାଚରେ ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ମୁମ୍ବାଇ । ଆଇପିଏଲ ଇତିହାସରେ ଉଭୟ ଦଳ ୩୪ ଥର ମୁହାଁମୁହିଁ ହୋଇଥିବାବେଳେ ମୁମ୍ବାଇ ୨୦ଟି ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ଚେନ୍ନାଇ ୧୪ଟି ମ୍ୟାଚ୍ ରେ ବିଜୟ ଲଭ କରିଛି । ସେପଟେ ଆଜିର ପ୍ରଥମ ମ୍ୟାଚରେ ମୁହାଁ ମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ ଗୌହାଟିରେ ୩ଟା୩୦ଖେଳାଯିବ । ଚଳିତ ଆଇପିଏଲରେ ଦିଲ୍ଲୀ ଏପର୍ୟ୍ୟନ୍ତ ଦୁଇଟି ମ୍ୟାଚ୍ ଖେଳିଥିବାବେଳେ କୌଣସି ମ୍ୟାଚ ହାତକୁ ନେଇପାରିନାହିଁ । ସେହିପରି ରାଜସ୍ଥାନ ଦୁଇଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରିଛି ।

 

Related posts

ରାଞ୍ଚିରେ ଚମକିଲେ ବିରାଟ କୋହଲି, ୫୨ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ

Odisha Sports Bureau

ଶ୍ରେୟସଙ୍କ ହ୍ୱାଟ୍ସଆପ ଡିପି କନେକ୍ସନ

Odisha Sports Bureau

ଆସନ୍ତା ବର୍ଷ ମାର୍ଚ୍ଚ ୭ରୁ ମହିଳା କ୍ରିକେଟ ଆଇପିଏଲ୍ ଆରମ୍ଭ

Odisha Sports Bureau