More Sports

ପୁରୁଷ ଓ ମହିଳା ପ୍ରଫେଶନାଲ ଟେନିସ ଟୁର୍ନାମେଣ୍ଟ ବାତିଲ

(ଓଡ଼ିଶା ସ୍ପୋର୍ଟ): ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଏବେ କ୍ରୀଡ଼ା ଜଗତରେ ପ୍ରଭାବ ପକାଇଛି । କରୋନା ଭାଇରସ୍ର ଆତଙ୍କକୁ ନଜରରେ ରଖି ସମସ୍ତ ପୁରୁଷ ଓ ମହିଳା ପ୍ରଫେଶନାଲ ଟେନିସ ଟୁର୍ନାମେଣ୍ଟକୁ ଜୁନ୍ ୭ ପର୍ୟ୍ୟନ୍ତ ବାତିଲ କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ପ୍ରତିଯୋଗିତା ଆୟୋଜନ ହୋଇପାରିବ ନାହିଁ ବୋଲି ଆସୋସିଏଶନ ଅଫ୍ ଟେନିସ ପ୍ରଫେଶନାଲ (ଏଟିପି) ଓ ମହିଳା ଟେନିସ ଆାସୋସିଏଶନ (ଡବ୍ଲ୍ୟୁଟିଏ) ପକ୍ଷରୁ କୁହାଯାଇଛି। ଏହା ଫଳରେ ମାଡ୍ରିଡ୍ ଓ ରୋମରେ ହେବାକୁ ଥିବା ମିଳିତ ପୁରୁଷ ଓ ମହିଳା ପ୍ରତିଯୋଗିତା ସମେତ ଷ୍ଟ୍ରସବର୍ଗ,ଫ୍ରାନ୍ସ ମର୍କୋକଭଳି ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟ ଏବଂ ମ୍ୟୁନିକ, ଏଷ୍ଟୋରିଲ, ପର୍ତ୍ତୁଗାଲ, ଜେନେଭା, ଫ୍ରାନ୍ସରେ ହେବାକୁ ଥିବା ଏଟିପି ପ୍ରତିଯୋଗିତା ପ୍ରଭାବିତ ହେବ। ଏଥିପୂର୍ବରୁ ଫ୍ରେଞ୍ଚ୍ ଓପନ୍କୁ ମଧ୍ୟ ମେ’ରୁ ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଥିଲା।

Related posts

ପ୍ରଥମ ଥର ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

Odisha Sports Bureau

ସୁଟର ରବି କୁମାର ଏବଂ ବକ୍ସର ସୁମିତଙ୍କ ଉପରେ ୱାଡାର ପ୍ରତିବନ୍ଧକ

Odisha Sports Bureau

ଏୟାରପୋର୍ଟରେ ଅଲିମ୍ପିକ ହିରୋଙ୍କୁ ଭବ୍ୟ ସ୍ୱାଗତ

Odisha Sports Bureau