More Sports

ଅଷ୍ଟ୍ରେଲିଆ ଓପନ ଉପରେ ପଡୁଛି ଧୁଆଁର ପ୍ରଭାବ

(ଓଡିଶା ସ୍ପୋର୍ଟସ): ଅଷ୍ଟ୍ରେଲିଆ ଜଙ୍ଗଲର ଲାଗିଥିବା ନିଆଁରୁ ବାହାରୁଥିବା ଧୁଆଁର ପ୍ରଭାବ ଅଷ୍ଟ୍ରେଲିଆ ଓପନର ସନ୍ତରଣକରିଙ୍କ ଉପରେ ମଧ୍ୟ ପଡୁଛି । କ୍ୱାଲିଫାଇ ସମୟରେ ମଙ୍ଗଳବାରଦିନ ଜଣେ ଖେଳାଳି ନିଶ୍ୱସ ନେବାରେ କଷ୍ଟ ହେବା କାରଣରୁ ରିଟାୟାର ହେବାକୁ ପଡିଛି, ଯେତେବେଳେ କି ୟୁଜିନି ବୁଚାର୍ଡଙ୍କୁ ଚିକିତ୍ସାର ସାହାର୍ଯ୍ୟ ନେବାକୁ ପଡିଲା । ବେଲବର୍ନରେ ବା ୟୁର ଗୁଣବତ୍ତା ବହୁତ ଖରାପ ଚାଲିଛି ଏବଂ ନଗର ପ୍ରଶାସନ ଏହି ଖତରନାକ ସୂଚନା ଦେଇଛନ୍ତି । ଏହି ପରିସ୍ତିତିରେ ବର୍ଷର ପ୍ରଥମ ଗ୍ରଣ୍ଡ୍ ସ୍ଲାମ୍ କ୍ୱାଲିଫାଇ ମୁକାବିଲା ଲେଟରେ ଆରମ୍ଭ ହୋଇଛି । ସ୍ଲୋଭେନିଆର ଡାଲିଲା ଜାକୁପୋଭିଚିଙ୍କୁ ସୁଇଜରଲ୍ୟାଣ୍ଡର ଷ୍ଟେଫାନୀ ଭୋଏଜେଲେଙ୍କ ବିପକ୍ଷରେ ମ୍ୟାଚରେ ବାରମ୍ବାର କାଶ ଆସିବା ପରେ ପଛକୁ ହଟିବାକୁ ପଡିଥିଲା ।

ସେହିପରି ବୁଚାର୍ଡଙ୍କ ଛାତିରେ କଷ୍ଟ ହେବା କାରଣରୁ ମେଡିକାଲ ଟାଇମ୍ ଆଓଟ୍ ନେବାକୁ ପଡିଛି । ପରେ ସେ ତୃତୀୟ ସେଟ ଏବଂ ମ୍ୟାଚ ଜିତିଛନ୍ତି । ମାରିଆ ସାରାପୋଭାଙ୍କୁ ମଧ୍ୟ ଏକ ମ୍ୟାସରେ ବାରମ୍ବାର କାଶ ଆସିବାରୁ ବେକ୍ ନେବାକୁ ପଡିଥିଲା । ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁରେ ଅତି କମରେ ୨୭ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି ଏବଂ ୨୦୦୦ର ଅଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଛି ।

Related posts

ଡୋପ୍ ପରୀକ୍ଷାରେ ବିଫଳ ହୋଇଥିବା ୧୨ କୁସ୍ତିଙ୍କୁ ପଦକ ଏବଂ ପ୍ରମାଣପତ୍ର ଫେରାଇବାକୁ ପଡିବ: ଡବ୍ଲୁ ଏଫ୍ ଆଇ

Odisha Sports Bureau

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା:ରୌପ୍ୟ ହାସଲ କଲେ ଦୂତି

ଭାରତୀୟ ଖେଳାଳିଙ୍କୁ ଚୀନ ଦେଲାନି ଅନୁମତି, ଅନୁରାଗ ଠାକୁର ବାତିଲ କରିଲେ ଗସ୍ତ

Odisha Sports Bureau