More Sports

ବିଶ୍ୱ ତାଇକୋଣ୍ଡୋ ଚମ୍ପିଆନସିପରେ ଦୁଇ ଓଡ଼ିଆ

(ଓଡିଶା ସ୍ପୋର୍ଟସ): ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଦୁଇ ତାଇକୋଣ୍ଡୋ ଖେଲାଳି । ବିଦେଶରେ ନିଜର ଦକ୍ଷତା ଦେଖାଇବେ । ଆସନ୍ତା ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଜୋଡାନର ଅମନରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ତାଇକୋଣ୍ଡୋ ଚମ୍ପିଆନସିପରେ ଭାଗ ନେବେ ସୁବର୍ଣ୍ଣପୁର ଜିଲ୍ଲାର ଦୁଇ କ୍ରୀଡାବିତ । ୧୮ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ୩ କ୍ରୀଡାବିତଙ୍କ ମଧ୍ୟରୁ ୨ ଜଣ ସୁବର୍ଣ୍ଣପୁରର ସ୍ଥାନ ପାଇଛନ୍ତି । ଏମାନେ ହେଲେ ଏହେସାସ ହୋତା ଓ ଅନନ୍ୟା ସାହୁ । ୧୮ ଜଣିଆ ଭାରତୀୟ ଦଳର ୫୪ କେଜି ପୁରୁଷ ବର୍ଗରେ ଏହେସାସ ହୋତା ଓ ୪୧ କେଜି ମହିଳା ବର୍ଗରେ ଅନନ୍ୟା ସାହୁଙ୍କୁ ସ୍ଥାନ ମିଳିଛି । ଏହେସାସ ଜାତୀୟ ସ୍ତରରେ ୯ଥର ସ୍ୱର୍ଣ୍ଣ ଜିତିଥିବା ବେଳେ ଚାରିଥର ଆନ୍ତଜାର୍ତୀୟ ପ୍ରତିଯୋଗିତାରେ ସଫଳତା ପାଇଛନ୍ତି । ଏଥର ଅନନ୍ୟାଙ୍କୁ ବି ବିଶ୍ୱ ତାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବାରେ ସୁଯୋଗ ମିଳିଛି ।

Related posts

କ୍ରୀଡାବିତଙ୍କ ପାଇଁ ଭତ୍ତା ରାଶି ବଢାଇଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ଦୂତୀଙ୍କୁ ବ୍ରୋଞ୍ଜ

Odisha Sports Bureau

ପିଟି ଉଷାଙ୍କୁ ଭେଟରାନ୍ ପିନ୍ ଆୱାର୍ଡ଼

Odisha Sports Bureau