More Sports

ଏସିଆ ୱେଟଲିଫଟିଙ୍ଗ୍ ଚମ୍ପିଆନସିପ୍ ରେ ଭାରତୀୟ ଦଳର ନେତୃତ୍ୱ ନେବେ ମିରାବାଇ

(ଓଡିଶା ସ୍ପୋର୍ଟ): ୨୦୧୭ ବିଶ୍ୱ ଚମ୍ପିଆନସିପ୍ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମିରାବାଇ ଚାନୁ ୧୮ ଅପ୍ରେଲରେ ଚିିନର ନିଗମ୍ବୋ ରେ ଆରମ୍ଭ ହେବାକୁ ଯାଉଥିବା ଭରୋତ୍ତଳନ ଚମ୍ପିଆନସିପ୍ରେ ଭାରତର ପ୍ରତିନିଧିତ୍ୱ କରିବେ । ଏସିଆ ଚମ୍ବିଆନସିପ୍ ୨୦୨୦ରେ ହେବାକୁ ଥିବା ଟୋକିଓ ଅଲମ୍ପିକ୍ ପାଇଁ ଏହା କ୍ୱାଲିଫାଇ ପ୍ରତିଯୋଗିତା ଅଟେ ।

ଭାରତୀୟ ଟିମ୍ ନଭେମ୍ବରରେ ହୋଇଥିବା ପୁର୍ବ କ୍ୱାଲିଫାୟାର୍ସ ବିଶ୍ୱ ଚମ୍ପିଆନସିପ୍ରେ ଜୁନିୟର ଟିମ୍ କୁ ପଠାଇଥିଲା । ସେହି ସମୟରେ ସିନିୟର ଭାରୋତ୍ତଳକ ରିହେବ୍ଲିଟେଶନରେ ଥିଲେ । ଚିନ୍ ଯିବାକୁଥିବା ଟିମ୍ରେ ଚାରି ଜଣ ମହିଳା ଏବଂ ଆଠ ଜଣ ପୁରୁଷ ସାମିଲ ଅଛନ୍ତି । ଏହି ଟିମ୍ରେ ରାଷ୍ଟ୍ରମଣ୍ଡଳ ଖେଳ ଏବଂ ୟୁବା ଅଲମ୍ପିକ୍ ରେ ସ୍ୱର୍ଣ୍ଣ ପଦକ ଜିତିଥିବା ସତିଶ୍ ସିବଲିଙ୍ଗମ୍ ଏବଂ ଜେରେମି ଲାଲାରିନୁଙ୍ଗା ମଧ୍ୟ ରହିଛନ୍ତି ।

ରାଷ୍ଟ୍ରମଣ୍ଡଳ ଖେଳରେ ସ୍ୱର୍ଣ୍ଣ ପଦକ ବିଜେତା ଆରବି ରାହୁଲ୍ଙ୍କୁ ରିଜର୍ଭ ଖେଳାଳି ରୂପେ ରଖାଯାଇଛି, ତାଙ୍କୁ ଟିମ୍ରେ ସାମିଲ କରାଯିବ କି ନାହିଁ ପାଞ୍ଚଦିନ ମଧ୍ୟରେ ନିଷ୍ପତି ନିଆଯିବ । ରାଷ୍ଟ୍ରମଣ୍ଡଳ ଖେଳରେ ଦୁଇ ଥର ସ୍ୱର୍ଣ୍ଣ ପଦକ ଜିତୀଥିବା ସଂଞ୍ଜିତା ଚାନୁଙ୍କୁ ଏଥିରେ ସାମିଲ କରାଯାଇନାହିଁ ।

ଟିମ୍:
ପୁରୁଷ:– ସତିଶ୍ ଶିବଲିଙ୍ଗମ୍(୧୮ କି.ଗ୍ରା), ବିକାସ ଠାକୁର( ୯୬ କି.ଗ୍ରା), ଜେରେମି ଲାଲିରିନୁଙ୍ଗା(୬୭ କି.ଗ୍ରା), ଗୁରଦିପ୍ ସିଂ(୧୦୧ କି.ଗ୍ରା. ରୁ ଅଧିକ), ଏମ୍ ରାଜ୍(୬୧କି.ଗ୍ରା), ପ୍ରଦିପ୍ ସିଂ(୧୦୨ କି.ଗ୍ରା), ଅଚିତା ଶୁଲି(୭୩ କି.ଗ୍ରା), ଅଜୟ ସିଂ(୮୧ କି.ଗ୍ରା) ।
ରିଜର୍ଭ:- ଆରବି ରାହୁଲ ।
ମହିଳା:– ମିରାବାଇ ଚାନୁ(୪୯ କି.ଗ୍ରା), ଛିଲ୍ଲୀ ଦଳବେହେରା(୫୫ କି.ଗ୍ରା), ସ୍ୱାତି(୫୯ କି.ଗ୍ରା), ରାଖି ହଲଦର(୬୪ କି.ଗ୍ରା) ।

Related posts

ୱାର୍ଲ୍ଡ ଚମ୍ପିୟନଶିପରେ ଦୂତୀ

Odisha Sports Bureau

ଏସିଆନ ଗେମ୍ସ ୧୩ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ଏସୀୟ U20 ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ ଜିତିବା ପରେ ଆଥଲେଟ୍ସ ଏମଡି ରେୟାନ ବାଶା ଏବଂ ଦୋଣ୍ଡପତି ଜୟରାମଙ୍କୁ ନଗଦ ପୁରସ୍କାର ପ୍ରଦାନ କରିଛନ୍ତି କ୍ରୀଡା ମନ୍ତ୍ରୀ