Cricket

ବିରାଟଙ୍କ ନାମରେ ୮ହଜାର ରନ୍

(ଓଡିଶା ସ୍ପୋର୍ଟ): ଗତକାଲି ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ରେକର୍ଡ଼ ପୃଷ୍ଠାରେ ଅନ୍ୟ ଏକ ଫର୍ଦ୍ଦ ଯୋଡ଼ିଛନ୍ତି । ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ସ୍ଥାପନ କରିଚାଲିଛନ୍ତି । ବିରାଟ ଟି-୨୦ କ୍ରିକେଟରେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ୮ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି।

ଗତକାଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିବା ବିରାଟ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ୧୭ ରନ୍ କରିଥିବା ବେଳେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।

ବିରାଟ ମାତ୍ର ୨୫୬ ମ୍ୟାଚରେ ଦ୍ରୁତ ୮ହଜାର ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ରାଇନା ୩୦୬ ମ୍ୟାଚ୍ ଖେଳି ୮୧୧୦ ରନ୍ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କ ନାମରେ ୬୭ ଟି-୨୦ ମ୍ୟାଚରେ ୨୨୬୩ ରନ୍ ରହିଛି।

ତେବେ ଟି-୨୦ କ୍ରିକେଟରେ ସର୍ବାଧିକ ରନର ବିଶ୍ୱରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ ଗେଲଙ୍କ ନାମରେ ରହିଛି। ଗେଲ ୩୭୪ ମ୍ୟାଚରେ ୧୨୪୫୭ ରନ୍ କରିଛନ୍ତି। ତାଙ୍କ ପଛରେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ରିକେଟର ବ୍ରେଣ୍ଡନ ମ୍ୟାକକୁଲମ (୯୯୨୨ ରନ୍) ଦ୍ୱିତୀୟ ଏବଂ ୱିଣ୍ଡିଜର କାଇରନ୍ ପୋଲାର୍ଡ (୯୦୮୭ ରନ୍) ତୃତୀୟ ସ୍ଥାନରେ ଅଛନ୍ତି।

Related posts

ଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରି ୨-୧ରେ ସିରିଜ୍ ଜିତିଲା ଭାରତ

Odisha Sports Bureau

ହାତ ଛାଡିଲା ମୁମ୍ବାଇ; କାହାର ହେବେ ହାର୍ଦ୍ଦିକ ?

Odisha Sports Bureau

ଭାରତୀୟ ମାଟିରେ ଟେଷ୍ଟ ସିରିଜ୍ ବିଜୟ ହୋଇ ୨୫ ବର୍ଷର ଅପେକ୍ଷାର ଅନ୍ତ କରିବୁ

Odisha Sports Bureau