More Sports

ସାଥିଆନ ବିଜୟ, ମନିକା ଏବଂ ଶରତ ପ୍ରଥମ ପର୍ଯ୍ୟାୟରୁ ବାହାର

(ଓଡିଶା ସ୍ପୋର୍ଟ): ଟେବୁଲ ଟେନିସ୍ ଖେଳାଳୀ ଜି ସାଥିଆନ୍ ଆଇଟିଟିଏଫ୍-ଏଟିଟିୟୁ , ଏସିଆ କପ୍ ର ପ୍ରାରମ୍ଭିକ ପର୍ଯ୍ୟାୟର ତିନିଗୋଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ମ୍ୟାଚ୍ ରେ ବିଜୟ ହାସଲ କରିଛନ୍ତି । ସେ ପରବର୍ତ୍ତି ପର୍ଯ୍ୟାୟରେ ପହଞ୍ଚିବାରେ ଏକମାତ୍ର ଭାରତୀୟ ଅଟନ୍ତି । ଶରତ କମଲ ଏବଂ ମନିକା ବାତ୍ରା ପରାଜିତ ହୋଇ ମ୍ୟାଚରୁ ବାହାର ହୋଇଛନ୍ତି ।

ଗତ କିଛିଦିନ ପୂର୍ବେ ଓମନ୍ ଓପନ୍ ର ସେମିଫାଇନାଲ ପର୍ଯ୍ୟନ୍ତ ପଥ ଅତିକ୍ରମ କରିଥିବା ବିଶ୍ୱର ୨୮ ନମ୍ବରରେ ଥିବା ଖେଳାଳୀ ସାଥିଆନ୍ ଗ୍ରୁପ୍ ସି ରେ ଚିନି ତାଇପେର ଚୁଆଙ୍ଗୋ ଚିହ-ୟୁଆନ୍ଙ୍କୁ ୧୧-୫, ୧୧-୪, ୧୧-୮ରେ ପରାଜିତ କରି ତୃତୀୟ ସ୍ଥାନରେ ଅଧିକାର କରି ପ୍ଲେଅଫ୍ ପାଇଁ କ୍ୱାଲିଫାଇ କରିଥିଲେ । ଏବେ ସାଥିଆନଙ୍କ ସାମ୍ନା କାଜାକସ୍ଥାନର କିରିଲଙ୍କ ସହିତ ହେବ । ଶରତ ଏବଂ ମନିକା ତିନିଗୋଟି ମୁକାବିଲା ମଧ୍ୟରୁ କୈାଣସିଥିରେ ବିଜୟ ହାସଲ କରିପାରି ନାହାଁନ୍ତି ।

Related posts

ଦୂତୀଙ୍କୁ ବ୍ରୋଞ୍ଜ

Odisha Sports Bureau

ଅଶୋକ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଓସ୍ଜା ସ୍ମରଣିକା ଉନ୍ମୋଚିତ

Odisha Sports Bureau

ଷ୍ଟାଇରିଆନ୍ ଗ୍ରାଣ୍ଡ୍ ପ୍ରିକ୍ସ: ଲୁଇସ୍ ହାମିଲଟନଙ୍କ ୮୯ ତମ ପୋଲ ସ୍ଥିତି ହାସଲ