Cricket

ଟି-୨୦ ପୁରୁଷ ବିଶ୍ୱକପ ୨୦୨୦ ପାଇଁ ଅକ୍ଟୋବର ୧୮ରୁ ଟିକେଟ ବିକ୍ରି

(ଓଡିଶା ସ୍ପୋର୍ଟ): ଆଇସିସି ପୁରୁଷ ବିଶ୍ୱକପ ୨୦୧୯ ନିକଟରେ ଶେଷ ହୋଇଥିବା ବେଳେ ଅଷ୍ଟ୍ରେଲିଆରେ ଆସନ୍ତାବର୍ଷ ଟି-୨୦ ପୁରୁଷ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଆଇସିସି ଟି-୨୦ ବିଶ୍ୱକପ ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳାଯିବ । ତେବେ ଏହା ପୂର୍ବରୁ ଟି-୨୦ ବିଶ୍ୱକପ-୨୦୨୦ ପାଇଁ ଆଗାମୀ ଅକ୍ଟୋବର ୧୮ରୁ ଟିକେଟ ବିକ୍ରି ହେବ । ଆଜି ଆଇସିସି ପକ୍ଷରୁ ଏହି ଘୋଷଣା କରାଯାଇଛି । ବହୁ ପ୍ରତୀକ୍ଷିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଗୋଟିଏ ବର୍ଷ ପୂର୍ବରୁ ଟିକେଟ ବିକ୍ରି ହେଉଛି ।

ବର୍ତ୍ତମାନ ଏବେ ମହିଳା ଟି-୨୦ ବିଶ୍ୱକପ ପାଇଁ ଟିକେଟ ବିକ୍ରି ଚାଲିଛି । ଯେଉଁମାନେ ମହିଳା ବିଶ୍ୱକପ ପାଇଁ ଟିକେଟ କିଣୁଛନ୍ତି, ସେମାନଙ୍କୁ ପୁରୁଷ ଟି-୨୦ ବିଶ୍ୱକପ ପାଇଁ ଟିକେଟ କିଣିବାକୁ ଆକର୍ଷଣୀୟ ସୁଯୋଗ ମିଳିପାରିବ । ଇଚ୍ଛୁକ ବ୍ୟକ୍ତିମାନେ ଟୁର୍ଣ୍ଣାମେଣ୍ଟର ଅଫିସିଆଲ ୱେବସାଇଟରେ ନିଜର ନାମ ପଂଜିକରଣ କରିପାରିବେ।

Related posts

ଆଫଗାନିସ୍ତାନ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ପାର୍ଥିବ ପଟେଲ

Odisha Sports Bureau

ଗିଚା ମଞ୍ଜାରୀକୁ ହରାଇ ବିଜୟ ହସଲ କଲା ବାରି

Odisha Sports Bureau