Cricket

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଲେ ଷ୍ଟାର କ୍ରିକେଟର ବିରାଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ନଖେଳିବା ପାଇଁ ଭାରତୀୟ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି ଛୁଟି ମାଗିଥିଲେ। ଏବେ ତାଙ୍କ ଆବେଦନକୁ ଗ୍ରହଣ କରାଯାଇଛି। ତେବେ ଏନେଇ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବିସିଆଇ ସୂଚନା ଦେଇଛି ଯେ , ତାଙ୍କର କୌଣସି ବ୍ୟକିଗତ କାରଣରୁ ସେ ଟେଷ୍ଟ ମ୍ୟାଚ ଖେଳିପାରିବେ ନାହିଁ । ବିସିସିଆଇ ଏକ ପ୍ରେସ୍ ରିଲିଜ୍ ଜାରି କରି ବିରାଟଙ୍କ ବିଷୟରେ ସୂଚନା ଦେଇଥିବା ବେଳେ ଖୁବ୍ଶୀଘ୍ର ତାଙ୍କ ବଦଳରେ ଖେଳାଳି ଘୋଷଣା କରାଯିବ ବୋଲି ବୋର୍ଡ କହିଛି। ବିସିସିଆଇ କହିଛି ଯେ ବିରାଟ ଦଳର ଅଧିନାୟକ ରୋହିତ ଶର୍ମା ଓ ଟିମ୍ ମ୍ୟାନେଜ୍ମେଣ୍ଟ ଓ ଚୟନକର୍ତ୍ତାଙ୍କ ସହ କଥା ହୋଇ କହିଛନ୍ତି ଯେ ଦେଶର ପ୍ରତିନିଧିତ୍ୱ କରିବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ଥିବାବେଳେ କିଛି ବ୍ୟକ୍ତିଗତ ପରିସ୍ଥିତି ଯୋଗୁ ସେ ଉପସ୍ଥିତ ରହିପାରୁ ନାହାନ୍ତି। ତେବେ ଆସନ୍ତା ଜାନୁଆରୀ ୨୫ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ସିରିଜ୍ ଖେଳାଯିବ।

Related posts

୪୦୮ ରନରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ପରିସମାପ୍ତି, ଭାରତଠାରୁ ୧୬୩ ରନରେ ଆଗୁଆ

Odisha Sports Bureau

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭ୍ୟାସ ସେଶନର ଏକ ମଜାଦାର ଭିଡିଓ

Odisha Sports Bureau

ଫିଟନେସ ଅସ୍ଥିରତା ଯୋଗୁ ଗୌହାଟୀ ଟେଷ୍ଟ ଖେଳି ନପାରନ୍ତି ଶୁଭମନ ଗିଲ

Odisha Sports Bureau