Cricket

ୟଶ୍‌ ଦୟାଲଙ୍କ ଗିରଫଦାରୀ ଉପରେ ରହିତାଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ-: ୫ ବର୍ଷ ଧରି ଜଣେ ମହିଳାଙ୍କୁ ଯୌନ ଶୋଷଣ ଦେଉଥିବା ମାମଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବୋଲର ୟଶ୍ ଦୟାଲଙ୍କୁ ଆଶ୍ବସ୍ତି ମିଳିଛି। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ୟଶ୍ ଦୟାଲଙ୍କ ଗିରଫଦାରୀ ଉପରେ ରହିତାଦେଶ ଦେଇଛନ୍ତି । ଜଷ୍ଟିସ୍ ସିଦ୍ଧାର୍ଥ ବର୍ମା ଓ ଜଷ୍ଟିସ୍ ଅନିଲ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗାମୀ ତାରିଖ ପର୍ଯ୍ୟନ୍ତ ୟଶ୍‌ଙ୍କୁ ଗିରଫ ନ କରିବାକୁ ଆଦେଶ ଦେଇଛନ୍ତି । ବିବାହ ପ୍ରତିଶ୍ରୁତି ଦେଇ ୫ ବର୍ଷ ଧରି ସମ୍ପର୍କ ରଖିବା ପରେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇଥିବା ନେଇ ଜଣେ ମହିଳା ଗାଜିଆବାଦର ଇନ୍ଦିରାପୁରମ ପୋଲିସ ଷ୍ଟେସନ୍‌ରେ ୨୭ ବର୍ଷୀୟ ୟଶ୍‌ଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

Related posts

ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାଫ୍ ଡ଼ୁ ପ୍ଲେସିସ କ୍ରିକେଟରୁ ସନ୍ୟାସ ନେଇପାରନ୍ତି

Odisha Sports Bureau

ICC ରାଙ୍କିଙ୍ଗରେ ଶେଷ ହୋଇଛି ରୋହିତ ଶର୍ମାଙ୍କ ପ୍ରାଧାନ୍ୟ…

Odisha Sports Bureau

ପରଲୋକରେ ସ୍କଟଲ୍ୟାଣ୍ଡର କନ୍ ଡି ଲାଙ୍ଗ

Odisha Sports Bureau