Cricket

୨୦୨୩ ଦିନିକିଆ ବିଶ୍ୱକପ ଟିମ ଘୋଷଣା କଲା ଅଷ୍ଟ୍ରେଲିଆ

ବ୍ୟୁରୋ : ୨୦୨୩ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଟିମ ଘୋଷଣା କରିଛି । ଟିମରେ ୧୮ ଜଣ ସଦସ୍ୟ ରହିଛନ୍ତି ଏବଂ ଲାବୁଶେନଙ୍କୁ ବାଦ ଦିଆଯାଇଛି । ଟିମରେ ଡେଭିଡ ଓ୍ଵାର୍ଣ୍ଣନର ସ୍ଥାନ ମିଳିଛି । ଅଷ୍ଟ୍ରେଲିଆ ବିଶ୍ୱକପ ଛଡା ନୂଆ ଟି-୨୦ ଅଧିନାୟକ ମଧ୍ୟ ଘୋଷଣା କରିଛି । ଏରୋନ ଫିଞ୍ଚ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଅଲାରାଉଣ୍ଡର ମିଚେଲ ମାର୍ସଙ୍କୁ ଟି-୨୦ ଟିମର ନୂଆ ଅଧିନାୟକ ଚୟନ କରାଯାଇଛି ।

ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚର ସିରିଜ ଖେଳିବ । ୨୨ ସେପ୍ଟେମ୍ବରରେ ଏହି ସିରିଜ ଆରମ୍ଭ ହେବ । କ୍ରିକେଟ ଅଷ୍ଟ୍ରେଲିଆ ବିଶ୍ୱକପ ପାଇଁ ୧୮ ଜଣିଆ ସଦସ୍ୟ ଘୋଷଣା କରିବା ସହିତ ସାଉଥ ଆଫ୍ରିକା ଏବଂ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ପାଇଁ ମଧ୍ୟ କରିଛି ।

ଏବେ ଅଷ୍ଟ୍ରେଲିଆ ଟିମରେ ପ୍ୟାଟ୍ କେମିନ୍ସ(ଅଧିନାୟକ), ଡେଭିଡ ଓ୍ଵାର୍ଣ୍ଣର, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ସେନ ଆବଟ୍, ଆଷ୍ଟନ ଅଗର, ଆଲେକ୍ସ କ୍ୟାରୀ, ନାଥନ ଏଲିସ, କ୍ୟାମରୁନ ଗ୍ରୀନ, ଆରୋନ ହାଡି, ଜୋସ ହେଜଲହୁଡ, ଜୋସ ଇଂଲିଶ, ମିଚେଲ ମାର୍ସ, ଗ୍ଲେନ ମ୍ୟାକ୍ସେଓ୍ଵଲ, ତନଭିର ସାଙ୍ଗା, ମାର୍କସ ଷ୍ଟୋନିସ, ଆଦାମ ଜମ୍ପା, ଟ୍ରାଭିସ ହେଡ ରହିଛନ୍ତି ।

Related posts

ଆସନ୍ତା ବର୍ଷ ମାର୍ଚ୍ଚ ୭ରୁ ମହିଳା କ୍ରିକେଟ ଆଇପିଏଲ୍ ଆରମ୍ଭ

Odisha Sports Bureau

୭ ବର୍ଷ ପରେ ଘରମୂହାଁ ହେବ ଫଟାଫଟ କ୍ରିକେଟର ମହାସମର ଟ୍ୱେଣ୍ଟି-୨୦ ବିଶ୍ୱକପ ୨୦୨୧

Odisha Sports Bureau

ସ୍ଲୋ ଓଭର ରେଟ୍ ନେଇ BCCI ହାର୍ଦ୍ଦିକ ପାଣ୍ଡ୍ୟା ଉପରେ ବ୍ୟାନ୍