Cricket

ବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ଼ ହେବାକୁ ଯାଉଛି : ଆଇସିସି

ମୁମ୍ବାଇ : ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)ର ନୂଆ ବିତ୍ତିୟ ମଡେଲ ଅନୁଯାୟୀ ବିସିସିଆଇ ଆଗାମୀ ସମୟରେ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ଼ ହେବାକୁ ଯାଉଛି । ନୂଆ ମଡେଲ୍ ଅନୁସାରେ ଆଇସିସିର ବାର୍ଷିକ ଆୟର ପାଖାପାଖି ୪୦ ପ୍ରତିଶତ ବିସିସିଆଇ ପକେଟ୍କୁ ଆସିବ। ଆଇସିସି ଦ୍ବାରା ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ୨୦୨୪ରୁ ୨୦୨୭ ବର୍ଷ ମଧ୍ୟରେ ଆଇସିସିଠୁ ୬୦୦ ମିଲିଅନ୍ ଡଲାରରୁ ବିସିସିଆଇ ପାଖାପାଖି ୨୩୦ ମିଲିଅନ୍ ଡଲାର ବା ପ୍ରାୟ ୨ହଜାର କୋଟି ଟଙ୍କା ଭାଗ ପାଇବ। ବିସିସିଆଇ ପଛକୁ ଦ୍ବିତୀୟ ସର୍ବାଧିକ ଆୟକାରୀ ବୋର୍ଡ ଭାବେ ଇଂଲଣ୍ଡ ରହିଛି। ମୋଟ୍ ଆୟର ୬.୮୯ ପ୍ରତିଶତ ଅର୍ଥାତ୍ ୪୧.୩୩ ମିଲିଅନ୍ ଡଲାର ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଆୟ କରିବ। ସେହିପରି କ୍ରିକେଟ୍ ଅଷ୍ଟ୍ରେଲିଆ ୩୭.୫୩ ମିଲିଅନ୍ ଡଲାର (୬.୨୫%) ସହିତ ତୃତୀୟ ସର୍ବାଧିକ ଆୟକାରୀ ହେବାକୁ ଯାଉଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ୩୪.୫୧ ମିଲିଅନ୍ ଡଲାର (୫.୭୫%) ଆୟ ସହ ଚତୁର୍ଥ ସ୍ଥାନରେ ରହିଛି। ଏମାନଙ୍କ ବ୍ୟତୀତ ଅନ୍ୟ ୮ ପୂର୍ଣ୍ଣ ସଦସ୍ୟ ବୋର୍ଡଙ୍କର ଆୟ ୫ ପ୍ରତିଶତ ତଳକୁ ରହିବ। ପ୍ରଥମ ଥର ପାଇଁ ଆଇସିସି ଭାରତୀୟ ବଜାର ସହ ୫ଟି ଭିନ୍ନ ଭିନ୍ନ ଅଞ୍ଚଳରେ ଅଲଗା ଭାବେ ମିଡିଆ ଅଧିକାର ବିକ୍ରି କରିବାରୁ ଏପରି ଆୟ କରିବାକୁ ଯାଉଛି।

Related posts

ସଞ୍ଜୁ ସାମସନଙ୍କୁ ଲାଗିପାରେ ଝଟକା: ସେମିଫାଇନାଲ୍ ପୂର୍ବରୁ ଆଇସିସିର ବଡ଼ ନିଷ୍ପତ୍ତି?

ରୋହିତ ଓ ବିରାଟଙ୍କୁ ନେଇ ଏମିତି କହିଲେ ରବି ଶାସ୍ତ୍ରୀ…

Odisha Sports Bureau

ଅଷ୍ଟ୍ରେଲିଆ ସହିତ ଭାରତର ପ୍ରଥମ ମ୍ୟାଚ