Cricket

ଆଗାମୀ ୫ ବର୍ଷ ମଧ୍ୟରେ ୮୨୦୦ କୋଟି ଟଙ୍କା ଆୟ କରିବ ବିସିସିଆଇ

ଭାରତୀୟ କ୍ରିକେଟ ବୋର୍ଡ ଡିଜିଟାଲ ରାଇଟ୍ସକୁ ଅଲଗା ଅଲଗା ବିକ୍ରି କରିବାର ଯୋଜନା ରହିଛି । ୨୦୨୮ ପର୍ଯ୍ୟନ୍ତ ୫ ବର୍ଷରେ ଟିମ ଇଣ୍ଡିଆର ଘରୋଇ ମ୍ୟାଚ ପାଇଁ ଏହି ଯୋଜନା କରିଛି  । ଯାହାଫଳରେ ବିସିସିଆଇ ୮୨୦୦ କୋଟି ଟଙ୍କା ଆୟ କରିବ ବୋଲି ଅନୁମାନ କରାଯାଉଛି ।ଗତ ୫ ବର୍ଷରେ ଭାରତ ଷ୍ଟାର ଇଣ୍ଡିଆରୁ ୯୪ କୋଟି ୪୦ ଲକ୍ଷ ହାସଲ କରିଛି ।ନୂଆ ସିଜନରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୧ଟି ଘରୋଇ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ସେଥି ମଧ୍ୟରେ ୫ଟି ଟେଷ୍ଟ, ୬ଟି ଦିନିକିଆ ଏବଂ ୧୦ଟି ଟି-୨୦ ମ୍ୟାଚ ରହିଛି । ସେହିପରି ଇଂଲଣ୍ଡ ବିପକ୍ଷରେ ମୋଟ ୧୮ଟି ମ୍ୟାଚ(୧୦ ଟେଷ୍ଟ, ୩ ଦିନିକିଆ ଏବଂ ୫ ଟି-୨୦) ଘରୋଇ ମ୍ୟାଚ ଖେଳିବ ଟିମ ଇଣ୍ଡିଆ ।

ଏହି ପାଞ୍ଚ ବର୍ଷ ସମୟ ମଧ୍ୟରେ ମୋଟ ୨୫ଟି ଟେଷ୍ଟ ମ୍ୟାଚ ସହିତ ୨୭ଟି ଦିନିକିଆ ଏବଂ ୩୬ଟି ଟି-୨୦ ମ୍ୟାଚ ଖେଳାଯିବାର ସୂଚୀ ରହିଛି । ଏଥିରେ ଟିଭି ଏବଂ ଡିଜିଟାଲ ମିଡିଆରେ ପ୍ରତି ମ୍ୟାଚ ପାଇଁ ୬୦ କୋଟି ଟଙ୍କା ସାମିଲ ରହିଛି । ଆଇପିଏଲ ସମୟରେ ମିଡିଆ ରାଇଟ୍ସରୁ ବିସିସିଆଇକୁ ୪୮,୩୯୦ କୋଟି ଟଙ୍କା ଆୟ ହୋଇଥିଲା ।

ତେବେ ଏଥର ଟିଭି ଏବଂ ଡିଜିଟାଲ ପ୍ଲାଟଫର୍ମ ପାଇଁ ବୋର୍ଡ ଅଲଗା ଅଲଗା ଭାବରେ ନିଲାମୀ କରିବ ବୋଲି ଜାଣିବାକୁ ମିଳିଛି । ଏହି ନିଲାମୀ ପ୍ରକ୍ରିୟା ଅଇପିଏଲ ଭଳି ଇ-ନିଲାମୀ ଜରିଆରେ କରାଯିବ । ତେବେ ଏ ନେଇ ଜଣେ ପ୍ରସାରକ କହିବା ମୁତାବକ, ବର୍ତ୍ତମାନ କୌଣସି ସଠିକ ଆକଳନ କରିବା ସମ୍ଭବ ନୁହେଁ । କିନ୍ତୁ ଗତ ସିଜନ ଅନୁସାରେ ଡଲାର ଏବଂ ଟଙ୍କାର ଅନୁପାତ ପରିବର୍ତ୍ତନ ହୋଇଯିବ ।

ଭାରତର ଘରୋଇ ମ୍ୟାଚ୍ ପାଇଁ ଡିଜନୀ, ଷ୍ଟାର ରିଲାଏନ୍ସ, ଭାଏକମ୍ ପ୍ରମୁଖ ଦାବିଦାର ରହିଥିବା ବେଳେ ଜି ମଧ୍ୟ ନିଲାମୀରେ ସାମିଲ ହୋଇପାରେ । ୩ ମାସ ପରେ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି । ଯଦି ଏଥିରେ ଭାରତ ନ ଜିତେ ତେବେ ବିଜ୍ଞାପନ ରାଜସ୍ୱ ଉପରେ ପ୍ରଭାବ ପଡିବ ।

Related posts

ରସ ଟେଲର ଦେଶର ସର୍ବାଧିକ ରନ୍ ସ୍କୋରର

Odisha Sports Bureau

ଆଇପିଏଲରୁ ବାଦ ପଡିଲେ ବ୍ୟାଟ୍ସମ୍ୟାନ ରଜତ ପଟିଦାର

Odisha Sports Bureau

ଭାରତର ବଡ଼ ବିଜୟ ପରେ କ୍ୟାପଟେନ୍ସିକୁ ନେଇ ରୋହିତ ଶର୍ମାଙ୍କ ମତ

Odisha Sports Bureau