Cricket

ଧୋନିଙ୍କ ପାଇଁ ୫ ମିନିଟ ବନ୍ଦ ରହିଲା ମ୍ୟାଚ

ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ପ୍ରଥମ କ୍ୱାଲିଫାୟର-୧ ମ୍ୟାଚ୍କୁ ୧୫ ରନ୍ରେ ହରାଇ ସିଧାସଳଖ ୧୦ ଥର ପାଇଁ ଫାଇନାଲର ଟିକେଟ ପକ୍କା କରିଛି ଚେନ୍ନାଇ। ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୭୨ ରନ୍ କରିଥିଲା ଚେନ୍ନାଇ। ଜବାବରେ ଗୁଜରାଟ ୨୦ ଓଭରରେ ୧୫୭ ରନ୍ କରିଥିଲା।

ଚଳିତ ଆଇପିଏଲ୍ ସିଜିନରେ ସର୍ବାଧିକ ମ୍ୟାଚ୍ ଜିତି କ୍ୱାଲିଫାୟର ରାଉଣ୍ଡକୁ ଆସିଥିବା ଗୁଜରାଟକୁ ଯେଭଳି ଭାବେ ଚେନ୍ନାଇ ପରାସ୍ତ କଲା ସେଥିପାଇଁ ଧୋନିଙ୍କ ଖେଳର ପରିଚାଳନାକୁ ଫ୍ୟାନ୍ସ ପ୍ରଶଂସା କରୁଛନ୍ତି। ଏପରିକି ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବି ମ୍ୟାଚ୍ ପରେ ଧୋନିଙ୍କୁ ପ୍ରଶଂସା କରିବାକୁ ଯାଇ କହିଥିଲେ, ମାହି ଭାଇଙ୍କୁ ସମାଲୋଚନା କରିବାକୁ ହେଲେ ଜଣଙ୍କୁ ସଇତାନ ହେବାକୁ ପଡ଼ିବ।


ମ୍ୟାଚ୍ର ୧୫ତମ ଓଭର ପରେ ହଠାତ୍ ଧୋନି ଅମ୍ପାୟରଙ୍କ ସହ କିଛି କଥାବାର୍ତ୍ତା କରିଥିଲେ ଏବଂ ଏହା ପରେ ଧିରେ ଧିରେ ଅନ୍ୟ ଖେଳାଳିମାନେ ବି ତାଙ୍କ ନିକଟକୁ ଯାଇ ଏକାଠି ହୋଇଥିଲେ। ଏଭଳି ସ୍ଥିତି ପ୍ରାୟ ୫ ମିନିଟ୍ ଯାଏ ଚାଲିଥିଲା। ଫଳରେ ମ୍ୟାଚ୍ ବି ୫ ମିନିଟ୍ ଯାଏ ବନ୍ଦ ରହିଥିଲା।
ପ୍ରକୃତ ଘଟଣା ହେଉଛି, ପଡ଼ିଆ ବାହାରେ ୯ ମିନିଟରୁ ଅଧିକ ସମୟ ଧରି ରହିଥିବା ସିଂହଳି ବୋଲର ପଥିରାନାଙ୍କୁ ବୋଲିଂ କରିବାକୁ ଧୋନି କହିଥିଲେ। ହେଲେ ପଥିରାନାଙ୍କୁ ଅଟକାଇଥିଲେ ଅମ୍ପାୟର। ଆଉ ଏହା ପରେ ମାହି ଏବଂ ଅମ୍ପାୟାରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ବାକ୍ୟୁଦ୍ଧ। ଧିରେ ଧିରେ ଏହା ବଢ଼ିବାରୁ ଅନ୍ୟ ଖେଳାଳିମାନେ ବି ଏକ୍ଜୁଟ ହୋଇଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ଖେଳ ୫ ମିନିଟ୍ ଯାଏ ବନ୍ଦ ହୋଇଥିଲା ।

Related posts

ଘୋଷଣା ହେଲା ଦକ୍ଷିଣ ଆଫ୍ରିକାର ଦିନିକିଆ ଦଳ

Odisha Sports Bureau

ଏସିଆ କପ ସୁପର -୪ ଶେଷ ମ୍ୟାଚରେ ବାଂଲାଦେଶକୁ ଭେଟିବ ଭାରତ

Odisha Sports Bureau

ଭାରତୀୟ ଖେଳାଳୀଙ୍କ ବିରୋଧରେ ଅଭିଯୋଗ କରିବେ ନକଭି

Odisha Sports Bureau