Cricket

ଚଳିତ ବିଶ୍ୱକପରେ କାହା ସହ ସେମି ଫାଇନାଲ ଖେଳିବ ଭାରତ?

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ କାହା ସହ ସେମି ଫାଇନାଲ ଖେଳିବ ଭାରତ? ତାକୁ ନେଇ କ୍ରିକେଟ ଲଭରଙ୍କ ମଧ୍ୟରେ ଜୋର ଧରିଛି ଚର୍ଚ୍ଚା । ସେମି ଫାଇନାଲରେ ଭାରତ ସହ ପାକିସ୍ତାନ ମ୍ୟାଚ ହେଲେ ରୋଚକ ହୋଇଯିବ ବିଶ୍ୱକପ । ଏଭଳି କିଛି ଚର୍ଚ୍ଚା କରୁଛନ୍ତି ଫ୍ୟାନ୍ସ । ଏହି ଦୁଇ ପାରମ୍ପରିକ ଦଳକୁ ନେଇ ନିଜ ମତ ରଖିଛନ୍ତି ପୂର୍ବତନ କ୍ୟାପ୍ଟେନ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି କହିଛନ୍ତି ଭାରତ ସହ ପାକ୍ର ହେବ ଟକ୍କର । ଏହି ମୁକାବିଲା ହେଲେ ମହାମୁକାବିଲାର ରୂପ ନେବ । ସେ କହିଛନ୍ତି ଯେ, ସେମିଫାଇନାଲ ରେସରେ ରହିଛି ପାକିସ୍ତାନ । ଆଉ ଯଦି ଭାରତ ସହ ପାକିସ୍ତାନ ମୁକାବିଲା ହୁଏ ତେବେ ଏହାଠୁ ବଡ ଆଉ କିଛି ନାହିଁ ।

କହିରଖୁ କି, ପାକିସ୍ତାନ ନ୍ୟୁଜଲାଣ୍ଡକୁ ହରାଇ ସେମିଫାଇନାଲ ରେସରେ ନିଜ ଯାତ୍ରା ଅବ୍ୟାହତ ରଖିଛି । ସେପାଟେ ତୃତୀୟ ଦଳ ଭାବେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିବା ପରେ ପଏଣ୍ଟ ଟେବୁଲର ଦ୍ୱିତୀୟରେ ଥିବା ଦକ୍ଷିଣ ଆଫ୍ରିକା ସହ ସେ ସେମିଫାଇନାଲ ଖେଳିବ । ଆସନ୍ତା ୧୬ ତାରିଖରେ ଏହି ମୁକାବିଲା ହେବ । ସେହିପରି ୧୫ ତାରିଖରେ ଭାରତ ପ୍ରଥମ ସେମିଫାଇନାଲ ଖେଳିବ । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଭାରତର ମୁକାବିଲା ଚତୁର୍ଥ ସ୍ଥାନ ସହ ହେବ । ହେଲେ ଚତୁର୍ଥ ସ୍ଥାନକୁ ଯିବ କିଏ?

ଏଥିପାଇଁ ଦୌଡ଼ରେ ଅଛନ୍ତି ତିନି ଦଳ ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ । ଏହି ତିନି ଦଳ ୮ ପଏଣ୍ଟ ଳେଖାଏଁ ପାଇଥିବା ବେଳେ ଆଗକୁ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ । ଆଜି ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ଭେଟିବ । ଶ୍ରୀଲଙ୍କା ସେମି ଦୌଡ଼ରୁ ବାଦ୍ ପଡ଼ିଛି । ହେଲେ ଲଗାତର ୪ଟି ମ୍ୟାଚ୍ ହାରିଥିବା ନ୍ୟୁଜିଲାଣ୍ଡ ଆଜିର ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ । ଶ୍ରୀଲଙ୍କାଠୁ ବିଜୟୀ ହେଲେ ସେମିଫାଇନାଲ ପାଇଁ ପ୍ରମୁଖ ଦାବିଦାର ହୋଇପାରିବ । କିନ୍ତୁ ଭାରତ ସହ ସେମିଫାଇନାଲରେ ପାକିସ୍ତାନ ଖେଳୁ ବୋଲି ଚାହାନ୍ତି ଭାରତୀୟ କ୍ରକେଟ ପ୍ରେମୀ ।

Related posts

ବୋଲିଂ ସମୟରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଗୋଡରେ ଅଘାତ

Odisha Sports Bureau

ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ହେବାକୁ ଥିବା ଦୁଇଟି ଦିନିଆ ମ୍ୟାଚ୍‌ରେ ଭାରତ ଏ’ ଦଳର ନେତୃତ୍ୱ ନେବେ

Odisha Sports Bureau

ବିରାଟ, ରୋହିତ କଳି: ମଧ୍ୟସ୍ଥତା କରିବ ବିସିସିଆଇ

Odisha Sports Bureau