Cricket

ପ୍ଲେ ଅଫରେ ପ୍ରଥମ ଦଳ ଭାବେ ଗୁଜରାଟ ଟାଇଟନ୍ସର ପ୍ରବେଶ

ଗତ ବର୍ଷର ଚାମ୍ପିଆନ ଗୁଜରାଟ ଟାଇଟାନ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିଛି । ଆଇପିଏଲ୍ର ଚଳିତ ସଂସ୍କରଣରେ ୧୩ଟି ମ୍ୟାଚ୍ରୁ ୯ଟି ମ୍ୟାଚ୍ ବିଜୟ ସହ ପଏଣ୍ଟ ଟେବୁଲ୍ରେ ଶୀର୍ଷରେ ରହିଛି ଗୁଜରାଟ । ପଏଣ୍ଟ ଟେବୁଲ୍ରେ ୧୮ ଅଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପ୍ଲେ ଅଫ୍ ଖେଳିବାକୁ ନିଶ୍ଚିତ କରିଛି । ଚଳିତ ସଂସ୍କରଣର ଆରମ୍ଭରୁ ହିଁ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା ଗୁଜରାଟ । ଗତକାଲି ସନରାଇଜର୍ସ ହାଇଦ୍ରାବାଦ୍କୁ ହରାଇ ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି ଗୁଜରାଟ । ଅନ୍ୟପକ୍ଷରେ ସନ୍ରାଇଜର୍ସ ହାଇଦ୍ରାବାଦ ଅଷ୍ଟମ ପରାଜୟ ସହ ଗୋଟିଏ ମ୍ୟାଚ୍ ପୂର୍ବରୁ ପ୍ଲେ ଅଫ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିଛି।

Related posts

ଆଇପିଏଲରୁ ବାଦ ପଡିଲେ ଷ୍ଟାର ବୋଲର ପ୍ୟାଟ କୁମିନ୍ସ

ଅଷ୍ଟ୍ରେଲିଆ ବିରୋଧରେ ବିଜୟ ହାସଲ କଲା ଭାରତ : ଗୋଟିଏ ଇଂନିସ ଆଉ ୧୩୨ ରନରେ ଭାରତ ଏହି ବିଜୟ ଲାଭ କରିଛି

Odisha Sports Bureau

ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣ

Odisha Sports Bureau