Cricket

ସମୁଦାୟ କେତେ ସମ୍ପତ୍ତିର ମାଲିକ ରୋହିତ ଶର୍ମା?

୨୦୨୩ ୨୩ ମସିହାରେ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଷ୍ଟାର କ୍ରିକେଟର ରୋହିତ ଶର୍ମା । ତାଙ୍କୁ ନେଇ ଚର୍ଚ୍ଚା ଯେତିକି ହୋଇଥିଲା ବିବାଦ ବି ସେତିକି ହୋଇଥିଲା । କାରଣ ଭାରତ ବିଶ୍ବକପ ହାରିବା ପରେ ରୋହିତଙ୍କ ଅଧିନାୟକତ୍ବକୁ ନେଇ ପ୍ରଶ୍ନ ଉଠିଥିଲା । ଏଥିସହ ମୁମ୍ବାଇ ଇଣ୍ଡିଆନ୍ସରେ ତାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯିବା ନେଇ ମଧ୍ୟ ବାଦ ‌ହୋଇଥିଲା। ତେବେ ବର୍ତ୍ତମାନ ରୋହିତଙ୍କ ବ୍ୟାଙ୍କ ବାଲାନ୍ସକୁ ନେଇ ଚର୍ଚ୍ଚା ଲାଗିରହିଛି । ରୋହିତ ଶର୍ମାଙ୍କ ବାର୍ଷିକ ଆୟ କେତେ? ସମୁଦାୟ କେତେ ସମ୍ପତ୍ତିର ମାଲିକ? ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଜାତୀୟ ଗଣମାଧ୍ୟମ ଅନୁଯାୟୀ, ବିଭିନ୍ନ ମ୍ୟାଚ୍, ବିଜ୍ଞାପନ ଓ ବ୍ୟବସାୟରେ ନିବେଶ କରି ମାସକୁ କୋଟି କୋଟି ଟଙ୍କା ଆୟ କରନ୍ତି ରୋହିତ। ତାଙ୍କର ସମ୍ପତ୍ତି ଦେଖିବାକୁ ଗଲେ ଏବେ ସେ ମୋଟ ୨୧୪କୋଟି ଟଙ୍କାର ମାଲିକ ଅଟନ୍ତି। ରୋହିତ ବିସିସିଆଇରୁ ବାର୍ଷିକ ୭କୋଟି ଟଙ୍କା ଆୟ କରୁଥିବା ବେ‌ଳେ ପ୍ରତି ଦିନିକିଆ ମ୍ୟାଚ୍ ପାଇଁ ୬ଲକ୍ଷ ଟଙ୍କା, ଟି-୨୦ ପାଇଁ ୩ଲକ୍ଷ ଟଙ୍କା ଏବଂ ଟେଷ୍ଟ ମ୍ୟାଚ ପାଇଁ ୧୫ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏହା ସହ ଆଇପିଏଲ ଖେଳିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସରୁ ୧୬କୋଟି ଟଙ୍କା ନେଉଛନ୍ତି ରୋହିତ। ମୋଟାମୋଟି ଭାବେ ରୋହିତ କ୍ରିକେଟରୁ ବାର୍ଷିକ ପ୍ରାୟ ୩୦କୋଟି ଟଙ୍କା ରୋଜଗାର କରୁଛନ୍ତି।

ଏହା ସହ ଜିଓ ସିନେମା, ହବଲଟ୍, ମ୍ୟାକ୍ସ ଲାଇଫ୍ ଇନସୁରାନ୍ସ, ଗୋଆଇବିବୋ, ସିଏଟ୍ ଟାୟାର, ଉଷା, ଓପୋ, ଏବଂ ହାଇଲାଣ୍ଡର୍ ଭଳି ବ୍ରାଣ୍ଡର ବିଜ୍ଞାପନ କରନ୍ତି ରୋହିତ। ସେ ସମସ୍ତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ପ୍ରାୟ ୫କୋଟି ଟଙ୍କା ରୋଜଗାର କରୁଥିବା ଜଣାପଡ଼ିଛି।

ରୋହିତ ଶର୍ମାଙ୍କର ମୁମ୍ବାଇର ଏକ ବିଳାସପୂର୍ଣ୍ଣ ଡିଜାଇନର୍ ଘର ରହିଛି, ଯାହାର ମୂଲ୍ୟ ହେଉଛି ୩୦କୋଟି ଟଙ୍କା। ଏହା ସହିତ, ତାଙ୍କ ପାଖରେ ଲମ୍ବୋର୍ଗିନି ଉରୁସ୍, ମର୍ସିଡିଜ୍ ଏସୟୁଭି ଏବଂ ବିଏମଡବ୍ଲୁ ଏମ୫ ରହିଛି। ମୁମ୍ବାଇ ସହିତ ହାଇଦ୍ରାବାଦରେ ମଧ୍ୟ ତାଙ୍କର ଏକ ଭିଲ୍ଲା ଏବଂ ଲୋନାବଲାରେ ଛୁଟି କଟାଇବା ପାଇଁ ଏକ ଘର ରହିଛି, ଯାହାର ମୂଲ୍ୟ ରହିଛି ୫କୋଟି ଟଙ୍କା। ଏହା ବ୍ୟତୀତ ରୋହିତ ଶର୍ମା ୨ଟି କମ୍ପାନିରେ ବିନିଯୋଗ କରିଛନ୍ତି। ସେଗୁଡ଼ିକ ହେଉଛି ରାପିଡୋବୋଟିକ୍ସ ଏବଂ ଭେରୋଟ୍ସ ୱେଲନେସ୍ ସଲ୍ୟୁସନ୍, ଯାହା ଏକ ସ୍ୱାସ୍ଥ୍ୟ ସେବା କମ୍ପାନି।

Related posts

ବିଶ୍ୱକପରେ ଟିମ ଭାରତକୁ ବଡ ଝଟକା : ଦଳରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ଭାରତକୁ ଭାରତ ପିଚରେ ହରାଇବା ସହଜ ନୁହେଁ

Odisha Sports Bureau

ଆଜିଠୁ ଠିକ ୬ ବର୍ଷ ତଳେ ରୋ ହିଟମ୍ୟାନ ଶର୍ମା ରଚିଥିଲେ ଏହି କିର୍ତ୍ତିମାନ…

Odisha Sports Bureau