Uncategorized

ରାଜ୍ୟଗୋଷ୍ଠୀ ଯୁବ ଭରୋତ୍ତୋଳନରେ ହୃଦାନନ୍ଦ ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ବର: ରାଜ୍ୟଗୋଷ୍ଠୀ ଯୁବ ଭରୋତ୍ତୋଳନରେ ହୃଦାନନ୍ଦ ଜିତିଲେ ସ୍ବର୍ଣ୍ଣ| ଉତ୍ତରପ୍ରଦେଶର‌‌ ଗ୍ରେଟର୍‌ ନୋଏଡ଼ାରେ ଚାଲିଥିବା‌ ରାଜ୍ୟଗୋଷ୍ଠୀ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ଆଉ ଜଣେ ଓଡ଼ିଆ ଖେଳାଳି ସ୍ବର୍ଣ୍ଣ ପଦକ ଜିତିନେଇଛନ୍ତି। ଭାରୋତ୍ତୋଳନ ଏଚ୍‌ପିସି ଢ଼େଙ୍କାନାଳ କେନ୍ଦ୍ରର ଅନ୍ତେବାସୀ ହୃଦାନନ୍ଦ ଦାସ ପୁରୁଷ ୭୩ କିଲୋଗ୍ରାମ ବର୍ଗରେ ମୋଟ ୨୫୦ କିଲୋଗ୍ରାମ ଭାରୋତ୍ତୋଳନ କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୧୬ ବର୍ଷୀୟ ହୃଦାନନ୍ଦ ସ୍ନାଚରେ ୧୧୦ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୧୪୦ କିଲୋଗ୍ରାମ ଉତ୍ତୋଳନ କରିଥିଲେ। ଫିଜିର ନେହେମିୟା କିଡ଼ା ୱିଲିୟମ୍ ଏଲ୍‌ଡର ୨୪୨ କିଲୋଗ୍ରାମ (୧୧୦ ଓ ୧୩୨) ଏବଂ ଅଷ୍ଟ୍ରେଲିଆର ଆୟର୍ଟନ ରିସ୍‌ବି ମୋଟ ୨୧୭ କିଲୋଗ୍ରାମ (୯୨ ଓ ୧୨୫) ଉତ୍ତୋଳନ କରି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ହୃଦାନନ୍ଦ ଉଭୟ ସ୍ନାଚ ଓ କ୍ଲିନ୍ ଆଣ୍ଡ୍ ଜର୍କରେ ନିଜ ତୃ୍ତୀୟ ପ୍ରୟାସରେ ଶ୍ରେଷ୍ଠ ପ୍ରଦର୍ଶନ ସହିତ ମୋଟ ୨୫୦ କିଲୋଗ୍ରାମ ଉତ୍ତୋଳନ କରିଥିଲେ।

Related posts

ଏସୀୟ କ୍ରୀଡ଼ାରେ ଭାରତକୁ ୫ମ ସ୍ୱର୍ଣ୍ଣ

Odisha Sports Bureau

ଜାତୀୟ କ୍ରୀଡ଼ାରେ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଜିମ୍ନାଷ୍ଟିକ ଷ୍ଟାର ପ୍ରଣତୀ ନାୟକ

Odisha Sports Bureau

ବାଳିକା ନୌଚାଳନାରେ ଭାରତର ନେହା ଠାକୁର ରୌପ୍ୟ ପଦକ ହାସଲ କରିଛନ୍ତି

Odisha Sports Bureau