ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ । ଗୌହାଟୀ ବର୍ଷାପଡ଼ା ଷ୍ଟାଡିୟମରେ ଖେଳାଯାଉଛି ମ୍ୟାଚ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଦ.ଆଫ୍ରିକା । ଭାରତକୁ ବୋଲିଂ ଆମନ୍ତ୍ରଣ ଦେଇଛି ଭ୍ରମଣକାରୀ ଦଳ । ପ୍ରଥମ ଟେଷ୍ଟ ହାରି ସାରିଥିବାରୁ ଭାରତ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ସବୁ ଶକ୍ତି ଖଟାଇ ଏହି ମ୍ୟାଚ ଜିତିବାକୁ ପ୍ରୟାସ କରିବ ଟିମ୍ ଇଣ୍ଡିଆ ।

ଭାରତ ପ୍ଲେଇଙ୍ଗ୍ ଇଲେଭେନ୍ରେ ୨ଟି ପରିବର୍ତ୍ତନ କରିଛି । ଶୁବମନ ଗିଲ୍ ଙ୍କ ସ୍ଥାନରେ ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲଙ୍କ ସ୍ଥାନରେ ସାଇ ସୁଦର୍ଶନକୁ ସ୍ଥାନ ମିଳିଛି । ସେହପରି ଦ.ଆଫ୍ରିକା ଗୋଟିଏ ପରିବର୍ତ୍ତନ କରିଛି । କାର୍ବିନ ବୋସ୍ ଙ୍କ ସ୍ଥାନରେ ସେନୁରାନ ମୁଥୁସାମିଙ୍କ ସୁଯୋଗ ଦେଇଛି । ସିରିଜରେ ୧-୦ରେ ଆଗୁଆ ଅଛି ଦ.ଆଫ୍ରିକା । ଆହତ ହୋଇ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି କ୍ୟାପ୍ଟେନ ଶୁଭମନ ଗିଲ । ତାଙ୍କ ସ୍ଥାନରେ ରିଷବ ପନ୍ତ ଦଳର ନେତୃତ୍ୱ ନେଇଛନ୍ତି । ପ୍ରଥମ ଦିନ ମଧ୍ୟାହ୍ନ ଭୋଜନ ସୁଦ୍ଧା ଦ.ଆଫ୍ରିକା ଦୁଇ ୱିକେଟ୍ ହରାଇ ୧୫୬ ରନ କରିଥିଲା ।

