Cricket

ଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରି ୨-୧ରେ ସିରିଜ୍ ଜିତିଲା ଭାରତ

ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରି ଭାରତ ୨-୧ରେ ସିରିଜ୍ ଜିତିଛି । ଏହି ବିଜୟ ସହିତ ଭାରତୀୟ ମହିଳା ଦଳ ଇତିହାସ ରଚିଛି । ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ପାଇଁ ଟି-୨୦ ସିରିଜ୍ ଜିତିଛି । ଶନିବାର ଆଡିଲେଡ୍‌ରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ଭାରତ ସ୍ମୃତି ମନ୍ଧାନା (୮୨) ଏବଂ ଜେମିମା ରଡ୍ରିଗ୍ସ (୫୯)ଙ୍କ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ୨୦ ଓଭରରେ ୬ ୱିକେଟରେ ୧୭୬ ରନ୍ କରିଥିଲା । ଜବାବରେ, ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ କେବଳ ୧୫୯ ରନ୍ କରିପାରିଥିଲା । ଅଷ୍ଟ୍ରେଲିଆର ୬ ଜଣ ବ୍ୟାଟର ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନଥିଲେ । ଏହି ମ୍ୟାଚରେ ଭାରତ ପକ୍ଷରୁ ଶ୍ରୀ ଚରଣୀ ଏବଂ ଶ୍ରେୟଙ୍କା ପାଟିଲ୍ ତିନୋଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ, ଅରୁନ୍ଧତୀ ରେଡ୍ଡୀ ଦୁଇଟି ୱିକେଟ୍ ନେଇଥିଲେ ।

Related posts

କଟକରେ ଖେଳାଯିବ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍

ଶେଷ ଟେଷ୍ଟ୍ରରେ କମାଲ୍ କଲେ ଜଶସ୍ବୀ ଜୈସ୍ଓ୍ବାଲ୍

Odisha Sports Bureau

୧୭ରେ ବସିବ ବିସିସିଆଇ ବୈଠକ

Odisha Sports Bureau