Cricket

ଏସିଆ କପ୍‌ ଫାଇନାଲ୍‌ରେ ଭାରତ

ଏସିଆ କପ ଫାଇନାଲରେ ଭାରତ । ପାକିସ୍ତାନ ବିପକ୍ଷରେ ବଡ଼ ସ୍କୋର୍‌ କରିଥିବା ଭାରତୀୟ ବ୍ୟାଟର୍‌ ଦିନକ ପରେ ଶ୍ରୀଲଙ୍କା ବିପକ୍ଷରେ ସଂଘର୍ଷ କରିଥିଲେ ମଧ୍ୟ ବିଜୟ ହାତଛଡ଼ା କରିନାହାନ୍ତି। ସ୍ପିନରଙ୍କ ପ୍ରାଧାନ୍ୟ ଭିତରେ ରହିଥିବା ଆର ପ୍ରେମଦାସାର ଭିନ୍ନ ପିଚ୍‌ରେ ଭାରତ ରୋମାଞ୍ଚକ ଭାବେ ଶ୍ରୀଲଙ୍କାକୁ ୪୧ ରନ୍‌ରେ ପରାସ୍ତ କରି ଫାଇନାଲ୍ ପ୍ରବେଶକୁ ଏକପ୍ରକାର ନିଶ୍ଚିତ କରିଛି। ଭାରତ ୨୧୩ ରନ୍‌ର ମାମୁଲି ସ୍କୋର୍‌ କରିଥିଲା। କିନ୍ତୁ ଦଳର ପେସ୍‌ ଓ ସ୍ପିନ୍ ଆକ୍ରମଣ ଆଗରେ ଶ୍ରୀଲଙ୍କା ‌ଶେଷକୁ ହାର୍ ମାନିଥିଲା। ଏହି ମ୍ୟାଚ୍‌ରେ ରନ୍‌ କମ ହୋଇଥିଲା କିନ୍ତୁ ବୋଲିଂ ଦୃଷ୍ଟି‌ କୋଣରୁ ଢ଼େର ରୋମାଞ୍ଚ ଭରି ଦେଇଥିଲା। ୪୧ ରନ୍‌ ବ୍ୟବଧାନ ସହଜ ଲାଗୁଥିଲେ ମଧ୍ୟ କାହାଣୀ ଭିନ୍ନ ଥିଲା। ଶ୍ରୀଲଙ୍କା ୯୯/୬ରେ ସଂଘ‌ର୍ଷ କରିଥିବାବେଳେ ଧନଞ୍ଜୟ ଡି’ସିଲଭା ଓ ଦିମୁଥ ୱେଲାଲଗେ ସପ୍ତମ ୱିକେଟ୍ ପାଇଁ ୬୩ ରନ୍‌ ଭାଗୀଦାରି ବିଜୟ ଆଶା ଉଜ୍ଜୀବିତ କରିଥିଲେ। ଡି’ସିଲଭାଙ୍କୁ ଆଉଟ୍ କରି ଜାଦେଜା ଏହି ଭାଗୀଦାରି ଭାଙ୍ଗିବା ପରେ ଭାରତ ବିଜୟ ମୁହାଁ ହୋଇଥିଲା

Related posts

ଆଇପିଏଲରେ ଜବରଦସ୍ତ ମୁକାବିଲା ;ଘରୋଇ ରୟାଲ ଚ୍ୟାଲଏଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ସୁପରକିଙ୍ଗ୍ସ

Odisha Sports Bureau

IPL ମ୍ୟାଚ୍‌ରେ ଷ୍ଟାଡିୟମ୍‌ରୁ ୫୦ ରୁ ଅଧିକ ଲୋକଙ୍କ ମୋବାଇଲ୍‌ ଚୋରି

Odisha Sports Bureau

ନୀଳ ରଙ୍ଗର ୧୨ ନମ୍ବର ଜର୍ସି ପିନ୍ଧିବେ : ଯୁବରାଜ ସିଂହ