Cricket

ମ୍ୟାଚ ଆରମ୍ଭରୁ ପ୍ରଥମ ଓଭରରେ ଓ୍ଵିକେଟ୍‌ରେ ହରାଇଲା ଭାରତ

ଭୁବନେଶ୍ୱର: ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ଆରମ୍ଭରୁ ଟିମ ଇଣ୍ଡିଆକୁ ବଡ଼ ଝଟକା । ମ୍ୟାଚ ଆରମ୍ଭରୁ ପ୍ରଥମ ଓଭରରେ ଭାରତୀୟ ଦଳ ନିଜର ପ୍ରଥମ ଓ୍ଵିକେଟ୍‌ରେ ହରାଇଛି । ଯାହାକି ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି ।ମ୍ୟାଚ ଆରମ୍ଭରୁ ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତୀୟ ଟିମ୍ ବ୍ୟାଟିଂ କରୁଛି। ସାତ ବର୍ଷ ତଳେ ଭାରତ ଏହି ପିଚରେ ଦକ୍ଷିଣ ଆଫ୍ରିକା ବିରୋଧରେ ପରାଜୟ ହୋଇଥିଲା । ଆଉ ଆଜି ସମାନ ପିଚରେ ଭାରତ ଦକ୍ଷିଣ ଆଫ୍ରିକା ପାଖରୁ ଆଜି ପ୍ରତିଶୋଧ ନେବ ବୋଲି ଭାରତୀୟ କ୍ରୀଡାପ୍ରେମୀ ଆଶା ରଖିଛନ୍ତି । ଭାରତର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ଘଟିନାହିଁ। ସମାନ ଏକାଦଶକୁ ନେଇ ପଡିଆକୁ ଓହ୍ଲାଇଛନ୍ତି ପନ୍ତ ବାହିନୀ। ପ୍ରଥମ ଟି-୨୦ ଭାରତ ହାରି ଥିବାରୁ କଟକରେ କମ୍ ବ୍ୟାକ୍ ପାଇଁ ଦଳ ଜୋରଦାର ପ୍ରୟାସ ଜାରି ରଖିଛି। ବାରବାଟୀ ବ୍ୟାଟଲକୁ ନେଇ କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ବାରବାଟୀରେ ଭଲ୍ ସ୍କୋର ସହ ବିଗ୍ ଫାଇଟ୍ ଦେଖିବାକୁ ଅନାଇ ବସିଛନ୍ତି ଦର୍ଶକ ।

Related posts

ରୋହିତ ଶର୍ମାଙ୍କୁ ତାଙ୍କର ଶିକାର କଲେ କେବଳ ୨୦ ବର୍ଷୀୟ ବୋଲର

Odisha Sports Bureau

ଆଗାମୀ ୫ ବର୍ଷ ମଧ୍ୟରେ ୮୨୦୦ କୋଟି ଟଙ୍କା ଆୟ କରିବ ବିସିସିଆଇ

Odisha Sports Bureau

ବାଂଲାଦେଶରେ ଆଇପିଏଲ୍ ୨୦୨୬ର ପ୍ରସାରଣ ଉପରେ ରୋକ୍

Odisha Sports Bureau