Cricket

ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କୁ ବିବାହ କଲେ ଭାରତୀୟ କ୍ରିକେଟର କେ.ଏଲ୍. ରାହୁଲ

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ କ୍ରିକେଟ ତାରକା କେ.ଏଲ. ରାହୁଲ । ବଲିଉଡ ଅଭିନେତା ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କୁ ବିବାହ କଲେ କେ.ଏଲ୍. ରାହୁଲ । ଦୁହିଁଙ୍କର ବିବାହ ସୋମବାର ଲଠାରେ ସମ୍ପନ୍ନ ହୋଇଛି । ମୁମ୍ବାଇର ଖଣ୍ଡାଲାରେ ଥିବା ଆଥିୟାଙ୍କ ପିତା ତଥା ବଲିଉଡ୍ ତାରକା ସୁନୀଲ ସେଟ୍ଟିଙ୍କ ଭବ୍ୟ ବଙ୍ଗଳା ‘ସେଟ୍ଟି ହୋମ୍’ରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ବିବାହରେ ଲୋକ ସଂଖ୍ୟା ଖୁବ୍ କମ ଥିବା ବେଳେ ଅତିଥିଙ୍କୁ ମୋବାଇଲ୍ ଫୋନ୍ ଜରିଆରେ ଫଟୋ ଉଠାଇବା ବାରଣ କରା ଯାଇଥିଲା। ପରେ ଆଥିୟା ତାଙ୍କ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ବରକନ୍ୟା ବେଶରେ ରାହୁଲ ଓ ତାଙ୍କ ଫଟୋ ଛାଡ଼ିଥିଲେ।

ବିବାହ ଉତ୍ସବରେ ଯୋଗ ଦେଇଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ଅଭିନୟ ଦୁନିଆର କ୍ରିଷ୍ଣା ସ୍ରଫ୍, ଡାଏନା ପେଣ୍ଟି, ଅନୁଷ୍କା ରାଜନ୍, ଆଦିତ୍ୟ ସିଲ୍। କ୍ରିକେଟରଙ୍କ ମଧ୍ୟରେ ଥିବା ଈଶାନ୍ତ ଶର୍ମା ଓ ତାଙ୍କ ପତ୍ନୀ ପ୍ରତିମା, ବରୁଣ ଆରୋନ୍ ପ୍ରଭୃତି। ଭାରତୀୟ କ୍ରିକେଟର ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଖେଳୁଥିବାରୁ ସେମାନେ ଏହି ଉତ୍ସବରେ ଯୋଗ ଦେଇନଥିଲେ। ୨୦୧୯ରୁ ରାହୁଲ ଓ ଆଥିୟାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଉଭୟ ପରିବାର କର୍ଣ୍ଣାଟକର ମୂଳବାସିନ୍ଦା। ବିବାହ ପାଇଁ ରାହୁଲ ଚଳିତ ନ୍ୟୁଜିଲାଣ୍ଡ ଶୃଙ୍ଖଳାରୁ ଛୁଟି ନେଇଥିଲେ। ଶନିବାର ଓ ରବିବାର ଦୁଇଦିନ ଧରି ସେଟ୍ଟି ହୋମ୍ରେ ବିବାହ ପୂର୍ବର ଉତ୍ସବ; ଯେପରି ମେହ୍ନ୍ଦି, ସଂଗୀତ ଆଦି ଆୟୋଜନ ହୋଇଥିଲା।

Related posts

ଧରା ପଡିଲା ପାକିସ୍ତାନର ମିଛ, ଗଣମାଧ୍ୟମରେ କରୁଛି ICC ବିରୋଦ୍ଧରେ ମିଛ ପ୍ରଚାର

Odisha Sports Bureau

ମ୍ୟାଚ ପୂର୍ବରୁ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମର ଯାଞ୍ଚ ପାଇଁ ପହଞ୍ଚିଲେ ଆଇସିସି ଏବଂ ବିସିସିଆଇ ଅଧିକାରୀ

Odisha Sports Bureau

ବିରାଟଙ୍କ ନାମରେ ଷ୍ଟାଣ୍ଡର ନାମକରଣ

Odisha Sports Bureau