Cricket

ଆଇପିଏଲରୁ ବାଦ ପଡିଲେ ଷ୍ଟାର ବୋଲର ପ୍ୟାଟ କୁମିନ୍ସ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ପ୍ଲେଅଫରେ ରହିବାକୁ କୋଲକାତା ନାଇଟ ରାଇଡର୍ସ ସଂଘର୍ଷ କରୁଛି । ଏହାରି ମଧ୍ୟରେ ଦଳକୁ ଏକ ବଡ ଝଟକା ଲାଗିଛି । ଦଳର ଷ୍ଟାର ବୋଲର ପ୍ୟାଟ କୁମିନ୍ସ ଚଳିତ ଆଇପିଏଲରୁ ବାଦ ପଡିଛନ୍ତି । ହିପ ଇନଜୁରୀ ଯୋଗୁଁ ତାଙ୍କୁ ଆଇପିଏଲରୁ ବିଶ୍ରାମ ଦିଆଯାଇଛି । ତାଙ୍କର ଏହି ଆଘାତ ଏତେ ଗମ୍ଭୀର ନୁହେଁ । ପ୍ୟାଟ କୁମିନ୍ସଙ୍କୁ କୋଲକାତା ୭ କୋଟି ୨୫ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା । ସେ ଚଳିତ ଆଇପିଏଲରେ ବିଳମ୍ବରେ ଟିମରେ ଯୋଗ ଦେଇଥିଲେ । ସେ ଏହା ପୂର୍ବରୁ ପାକିସ୍ତାନ ଗସ୍ତରେ ରହିଥିଲେ । ସେଠାରୁ ଫେରି ସେ ଆଇପିଏଲରେ ସାମିଲ ହୋଇଥିଲେ । ଏହି ସିଜିନରେ ସେ ମୋଟ ୫ଟି ମ୍ୟାଚ ଖେଳି ୭ଟି ୱିକେଟ ନେଇଛନ୍ତି । ଏହା ଦ୍ୱାରା କୁମିନ୍ସ ବ୍ୟାଟରେ ବି କମାଲ ଦେଖାଇଥିଲେ । ସେ ଏକ ମ୍ୟାଚରେ ଦୁର୍ଦ୍ଦଶ ବ୍ୟାଟିଂ କରି ୬୩ ରନ କରିଥିଲେ ।

Related posts

ଶେଷ ଦିନରେ ଓଭାଲ ଟେଷ୍ଟ

Odisha Sports Bureau

କାନପୁର ଟେଷ୍ଟରେ ଶୁଭିଲା ଅବିଶ୍ୱସନୀୟ ଶବ୍ଦ

Odisha Sports Bureau

ପାକିସ୍ତାନ ବୋଲରଙ୍କ ବଡ ବିବୃତ୍ତି; ଭାରତ ବିପକ୍ଷ ମ୍ୟାଚ ଉପରେ ନୁହେଁ ବିଶ୍ୱକପ ଉପରେ ନଜର

Odisha Sports Bureau

Leave a Comment