Cricket

ଟସ୍ ଜିତି ବେଙ୍ଗାଲୁରୁର ବୋଲିଂ କରିବାକୁ ନିଷ୍ପତ୍ତି, ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି

ମୁମ୍ବାଇ: ଚଳିତ ଆଇପିଏଲରେ ୬୦ତମ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଉଭୟ ଦଳ ପାଇଁ ବର୍ତ୍ତମାନ ବିଜୟ ଅତ୍ୟନ୍ତ ଜରୁରି । ଆଜିର ମୁକାବିଲାରେ ଟସ୍ ଜିତି ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଦଳ ସମାନ ୧୧ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଉଛି। ତେଣୁ ଆଜିର ମ୍ୟାଚରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ତେବେ ଆଜିର ମ୍ୟାଚକୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ଜିତିଲେ ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉଠିବ । ତଥାପି ଦଳର ପ୍ଲେ-ଅଫ୍‌ ନିଶ୍ଚିତ ହୋଇପାରିବ ନାହିଁ । ରନ୍‌ ରେଟ୍‌ କମ୍‌ ଥିବାରୁ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଶେଷ ୨ଟି ଯାକ ମ୍ୟାଚ୍‌ ଜିତିବାକୁ ପଡ଼ିବ । ବିରାଟ କୋହଲି ଓ ଫାଫ ଡୁ ପ୍ଲେସିଙ୍କୁ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିବାକୁ ହେବ ।

ସେହିପରି ପଞ୍ଜାବ କିଙ୍ଗ୍‌ସକୁ ପ୍ଲେ-ଅଫରେ ପ୍ରବେଶ କରିବାକୁ ହେଲେ ବାକି ୩ଟି ଯାକ ମ୍ୟାଚ୍‌ ଜିତିବାକୁ ହେବ । ରୟାଲ୍ ଚ୍ୟାଲେଞ୍ଜର୍ସ ଇତି ମଧ୍ୟରେ ୧୨ଟି ମ୍ୟାଚ୍ ଖେଳି ୧୪ ପଏଣ୍ଟ ହାସଲ କରିଥିଲେ ହେଁ ରନ୍ ରେଟ୍ -୦.୧୧୫ ରହିଛି । ସେହିପରି ପଞ୍ଜାବ କିଙ୍ଗ୍ସ ୧୧ଟି ମ୍ୟାଚ୍ ଖେଳି ୧୦ ପଏଣ୍ଟ(-୦.୦୫୭ ରନ୍ ରେଟ୍) ଅକ୍ତିଆର କରିଛି ।

Related posts

ଦୀନେଶ କାର୍ତ୍ତିକଙ୍କୁ ନୂଆ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କଲା ଆରସିବି

ଆଜିଠୁ ୧୯ ବର୍ଷରୁ କମ୍‌ ଦିିନିକିଆ ବିଶ୍ବକପ୍‌ର ‌ଷୋଡ଼ଶ ସଂସ୍କରଣ

Odisha Sports Bureau

ବିସିସିଆଇ ଅମ୍ପାୟାର ଭାବେ ଓଡିଆ ପୁଅ ମନୋନୀତ

Odisha Sports Bureau