Cricket

ଆଇପିଏଲ୍‌ରୁ ବାଦ ପଡ଼ିଲେ ଦ୍ରୁତ ବୋଲର ଦୀପକ ଚହର

ଚେନ୍ନାଇ : ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଲା ବହୁତ ବଡ଼ ଝଟ୍‌କା। ମେଗା ନିଲାମରେ ଦଳ ୧୪ କୋଟି ଟଙ୍କାରେ କିଣିଥିବା ଦ୍ରୁତ ବୋଲର ଦୀପକ ଚହର ପୂରା ଆଇପିଏଲ୍‌ରୁ ବାଦ ପଡ଼ିଛନ୍ତି । ଆହତ ସମସ୍ୟା ଯୋଗୁ ସେ ଆଇପିଏଲ ଆରମ୍ଭରୁ ମଧ୍ୟ ଚେନ୍ନାଇ ପାଇଁ ଖେଳିପାରି ନ ଥିଲେ। ଏବେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ପୂରା ଆଇପିଏଲ ଖେଳିବାକୁ ବଞ୍ଚିତ ହୋଇଛନ୍ତି।

ଫେବୃୟାରୀରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ ସମୟରେ ଚହରଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏହା ପରଠାରୁ ସେ ନ୍ୟାଶନାଲ କ୍ରିକେଟ ଏକାଡେମୀର ରେ ଅଛନ୍ତି। ଏପ୍ରିଲ ଶେଷ ସପ୍ତାହ ଆଡ଼କୁ ଚହର ଦଳକୁ ଫେରିବେ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ ଏନ୍‌ସିଏରେ ଅଭ୍ୟାସ କରୁଥିବା ବେଳେ ସେ ବ୍ୟାକ ଇଞ୍ଜୁରୀର ସମ୍ମୁଖୀନ ହୋଇଛନ୍ତି।ତାଙ୍କୁ ଠିକ ହେବାକୁ ଆହୁରି ୨ ମାସରୁ ଅଧିକ ସମୟ ଲାଗିବ। ତେଣୁ ଆଇପିଏଲ ଖେଳିବାକୁ ସେ ଆଉ ଉପଲବ୍ଧ ହେବେନାହିଁ ବୋଲି କୁହାଯାଉଛି।

Related posts

ଭାରତ ପାଇଁ ବାଂଲାଦେଶ ଲିଗ୍ ଛାଡ଼ିଲେ ସ୍ପୋର୍ଟସ୍ ବ୍ରଡକାଷ୍ଟର ରିଦ୍ଧିମା ପାଠକ

Odisha Sports Bureau

ରବିନ୍ଦ୍ର ଜାଡେଜା ନା କଣ ପାଇଁ ସାର ଜାଡେଜା

Odisha Sports Bureau

BCCI ଉପରେ ଅସନ୍ତୋଷ ପ୍ରକାଶ କଲେ ବିରାଟ