Cricket

ଟି-୨୦ ରାଙ୍କିଙ୍ଗ ଟପ୍-୧୦ରେ ୪ ଜଣ ଭାରତୀୟ ଖେଳାଳି

ପୁଣିଥରେ ଆଇସିସି ପକ୍ଷରୁ ପ୍ରକାଶ ପାଇଲା ସଦ୍ୟତମ ଟି-୨୦ ରାଙ୍କିଙ୍ଗ । ପ୍ରକାଶ ପାଇଥିବା ଏହି ରାଙ୍କିରେ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣଆଫ୍ରିକା ଖେଳାଳିମାନେ କମାଲ କରିଥିବା ବେଳେ ଟପ୍-୧୦ ଭିତରେ ୪ ଜଣ ଭାରତୀୟ ଖେଳାଳି ରହିଛନ୍ତି । ଏକ ଉଲ୍ଲେଖନୀୟ କଥା ହେଉଛି ଯେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସମ୍ପ୍ରତି କୌଣସି ମ୍ୟାଚ୍ ଖେଳି ନଥିବା ସତ୍ତ୍ୱେ ଲାଭବାନ ହୋଇଛନ୍ତି । ରାଙ୍କିଙ୍ଗ ତାଲିକାରେ ତାଙ୍କ ନାମ ଉପରେ ରହିଛି । ସୂର୍ଯ୍ୟକୁମାର ଯାଦବ ଏକ ଲମ୍ବା ଲମ୍ଫ ମାରିଥିବା ବେଳେ ସେ ଟପ୍-୧୦ ମଧ୍ୟରେ ପ୍ରବେଶ କରିଛନ୍ତି । ସୂର୍ଯ୍ୟକୁମାର ଯାଦବ ସପ୍ତମ ସ୍ଥାନରେ ରହିଛନ୍ତି । ସେହିପରି ଏହି ରାଙ୍କିଂରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଭାରତୀୟ ଓପନର ଅଭିଶେକ ଶର୍ମା । ଦ୍ବିତୀୟ ସ୍ଥାନରେ ଇଶାନ କିଷନ ନିଜର ସ୍ଥାନ ବଜାୟ ରଖିଥିବା ବେଳେ ତିଲକ ବର୍ମା ଷଷ୍ଠ ସ୍ଥାନରେ ରହିଛନ୍ତି ।

 

Related posts

ଜାଣନ୍ତୁ ଆଇପିଏଲର ୫ଟି ବଡ ବିବାଦ

Odisha Sports Bureau

ଟେଷ୍ଟ ଜିତିବା ଲକ୍ଷ୍ୟରେ ଶ୍ରୀଲଙ୍କା

Odisha Sports Bureau

ଦୀପ୍ତି ଶର୍ମା ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ଏହା କଲେ, ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚତୁର୍ଥ T20 ଜିତିଲା

Odisha Sports Bureau