Cricket

କୋହଲିଙ୍କ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ

ନୂଆଦିଲ୍ଲୀ:  ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ତ୍ରିନିଦାଦରେ ଖେଳାଯାଉଛି। ବିରାଟ କୋହଲିଙ୍କ ଏହା ହେଉଛି ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ। ଏହି ମ୍ୟାଚରେ ଶତକ ହାସଲ କରି କୋହଲି ବଡ଼ ସଫଳତା ହାସଲ କରିସାରିଥିବା ଚର୍ଚ୍ଚା ହେଉଛି। କୋହଲି ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚରେ ଶତକ ହାସଲ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ନାମିତ ହୋଇଛନ୍ତି। କୋହଲି ଭାରତ ପାଇଁ ପ୍ରଥମ ଇନିଂସରେ ୧୨୧ ରନ ଖେଳିଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ବିରାଟ କୋହଲି ପଡ଼ିଆ ମଝିରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଏହି ନୃତ୍ୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବିରାଟ କୋହଲି ଜଣେ କୁଲ ବ୍ୟକ୍ତିତ୍ବ ବୋଲି କୁହାଯାଏ। ସେ ଖେଳ ଚାଲିଥିବା ସମୟରେ ପଡ଼ିଆ ମଝିରେ ମଜାଳିଆ ପ୍ରତିକ୍ରିୟା ଦେଖାଇଥାଆନ୍ତି। ଯାହାକୁ ତାଙ୍କ ଫ୍ୟାନ୍ସମାନେ ବି ବେଶ ପସନ୍ଦ କରନ୍ତି। ନିକଟରେ ଭାଇରାଲ ହୋଇଥିବା ଭିଡିଓରେ ବିରାଟଙ୍କୁ କେକ ଖାଇବା ସହିତ ପଡ଼ିଆ ମଝିରେ ମଜାଳିଆ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଘଟଣା ପ୍ରଥମ ନୁହେଁ , ଏହା ପୂର୍ବରୁ ବିରାଟ କୋହଲିଙ୍କୁ ଖୁସିରେ ପଡ଼ିଆ ମଝିରେ ମଜାଳିଆ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।

Related posts

କେ.ଏଲ୍ ରାହୁଲଙ୍କୁ ବିଶ୍ୱକପର ଶ୍ରେଷ୍ଠ ୱିକେଟ୍ କିପର ବୋଲି କହିଲେ ଦୀନେଶ କାର୍ତ୍ତିକ

Odisha Sports Bureau

ଲକ୍ଷ୍ନୌକୁ ହରାଇ ପ୍ଲେ ଅଫ୍‌ରେ ଏଣ୍ଟ୍ରି କଲା ଗୁଜୁରାଟ ଟାଇଟନ୍ସ

ସିଏସକେର ବିଜୟ ପରେ ବିରାଟ ଜାଡେଜାଙ୍କୁ ଚାମ୍ପିଅନ୍ କହିଲେ କୋହଲି ବୋଲି ଧୋନିଙ୍କୁ ଜଣାଇଲେ ବିଶେଷ ଅଭିନନ୍ଦନ