Cricket

୫ ମାସରେ ନାଡା ସଂଗ୍ରହ କରିଛି ୫୮ ନମୁନା , ଜାଦେଜା ସର୍ବାଧିକ ପରୀକ୍ଷିତ କ୍ରିକେଟର

ନୂଆଦିଲ୍ଲୀ: ରବିନ୍ଦ୍ର ଜାଦେଜା ହେଉଛନ୍ତି ସର୍ବାଧିକ ପରୀକ୍ଷିତ ଭାରତିୟ କ୍ରିକେଟର । ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି ଦ୍ୱାରା ସର୍ବଧିକ ଥର ପରୀକ୍ଷିତ ହୋଇଛନ୍ତି ଜାଦେଜା । ୨୦୨୩ ର ପ୍ରଥମ ୫ ମାସରେ ୩ଟି ନମୁନା ପରିକ୍ଷା ହୋଇଛି । ଏହି ୫ ମାସ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ବର୍ଗରୁ ୫୫ ଜଣ କ୍ରିକେଟରଙ୍କ ୫୮ ନମୁନା ପରୀକ୍ଷା ହୋଇଥିବା ନାଡା ୱେବସାଇଟ୍ରେ ପ୍ରକାଶ କରିଛି । ଏଥିପୂର୍ବରୁ କ୍ରିକେଟର୍ମାନଙ୍କଠୁ ୨୦୨୧ରେ ୫୪ ଓ ୨୦୨୨ରେ ୬୦ ନମୁନା ପରୀକ୍ଷା ପାଇଁ ସଂଗୃହୀତ ହୋଇଥିଲା।ନାଡା ତାହାର ୱେବସାଇଟ୍ରେ ପ୍ରକାଶ କରିଛି। ଚଳିତ ବର୍ଷର ପ୍ରଥମ ୫ ମାସ ମଧ୍ୟରେ ଦୁଇ ତାରକା ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନମୁନା ଆଦୌ ପରୀକ୍ଷା ହୋଇନଥିବା ଦେଖିବାକୁ ମିଳିଛି। ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ମାତ୍ର ଥରେ ମୂତ୍ର ନମୁନା ପରୀକ୍ଷା ହୋଇଛି। ୨୦୨୧ ଓ ୨୦୨୨ରେ ରୋହିତ ସର୍ବାଧିକ ପରୀକ୍ଷିତ କ୍ରିକେଟର୍ ହୋଇଥିଲେ।

ଚଳିତ ବର୍ଷ ପ୍ରଥମ ୫ ମାସରେ ମାତ୍ର ଦୁଇ ଜଣ ମହିଳା କ୍ରିକେଟର ହର୍ମନପ୍ରୀତ୍ କୌର ଓ ସ୍ମୃତି ମନ୍ଧାନାଙ୍କର ଥରେ ଲେଖାଏଁ ନମୁନା ପରୀକ୍ଷା ପାଇଁ ଯାଇଛି। ମୋଟ ୫୮ ନମୁନା ମଧ୍ୟରୁ ୭ଟି ରକ୍ତ ନମୁନା ରହିଥିଲା ବେଳେ ଅନ୍ୟ ସବୁ ମୂତ୍ର ନମୁନା ଥିଲା। ଜାଦେଜାଙ୍କ ସମସ୍ତ ତିନି ନମୁନା ମୂତ୍ରରୁ ସଂଗୃହୀତ ହୋଇଥିଲା ବେଳେ ଦ୍ରୁତ ବୋଲର ଟି ନଟରାଜନ୍ ଥରେ ମୂତ୍ର ଓ ଥରେ ରକ୍ତ ନମୁନା ପରୀକ୍ଷା ପାଇଁ ଦେଇଥିଲେ।

Related posts

କପିଲଙ୍କୁ ଅତିକ୍ରମ କରିବେ ବୁମରାହ

Odisha Sports Bureau

କ୍ରିକେଟରଙ୍କ ସହିତ ଫିଲ୍ମ ‘କ୍ୱିନ୍’ର ୮ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କଲେ କଙ୍ଗନା

Odisha Sports Bureau

ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚଟି ଟି୨୦ ଏବଂ ତିନୋଟି ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau