Cricket

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟର

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡ ମହିଳା କ୍ରିକେଟର ଭେଟେରାନ୍ ଖେଳାଳି ସୁଜି ବେଟ୍ସ । ଆସନ୍ତା ଜୁନ୍ ମାସରେ ଇଂଲଣ୍ଡ ଓ ୱେଲ୍ସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ ହେବ । ଏହା ସହିତ ପ୍ରାୟ ଦୁଇ ଦଶନ୍ଧି ଧରି ଚାଲିଥିବା ତାଙ୍କର ଏକ ସୁଦୀର୍ଘ ଓ ସଫଳ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଛେଦ ପଡ଼ିବ ।

Suzie Bates: New Zealand great to retire from internationals after 2026  Women's T20 World Cup - BBC Sport

୧୮ ବର୍ଷ ବୟସରେ ୨୦୦୬ ମସିହାରେ ‘ହ୍ୱାଇଟ୍ ଫର୍ନସ’ ପାଇଁ ପଦାର୍ପଣ କରିଥିବା ସୁଜି ଆଜି ମହିଳା କ୍ରିକେଟର ଜଣେ ମହାରଥୀ । ନ୍ୟୁଜିଲାଣ୍ଡ ୨୦୨୪ରେ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ ଟାଇଟଲ୍ ଜିତିଥିଲା । ବର୍ତ୍ତମାନ ସୁଜିଙ୍କର ଗୋଟିଏ ଲକ୍ଷ୍ୟ ଦଳକୁ ପୁଣିଥରେ ବିଶ୍ୱବିଜୟୀ କରି ଦଳରୁ ବିଦାୟ ନେବା । ଅବସର ନେବା ନିଷ୍ପତ୍ତି ଉପରେ ଭାବବିହ୍ୱଳ ହୋଇ ସୁଜି ବେଟ୍‌ସ କହିଛନ୍ତି, “ଏହି ୨୦ ବର୍ଷ କେମିତି ବିତିଗଲା ମୁଁ ନିଜେ ବିଶ୍ୱାସ କରିପାରୁନି । ନ୍ୟୁଜିଲାଣ୍ଡ ପାଇଁ ଖେଳିବା ମୋ ପାଇଁ ଗର୍ବର କଥା । ମୋର ଶେଷ ମିଶନ୍ ହେଉଛି ପୁଣିଥରେ ଦଳକୁ ବିଶ୍ୱକପ୍ ଜିତିବା ଏବଂ ମୁଁ ଏଥିପାଇଁ ମୋର ସବୁ ଶକ୍ତି ଲଗାଇ ଦେବି।”

Suzie Bates: Enduring Brilliance

Related posts

ଆସନ୍ତା ୧୫ ତାରିଖରୁ ବି.ସି. ମହାନ୍ତି ସ୍ମାରକୀ ଅନ୍ତଃ ରାଜ୍ୟ ଟି/୨୦ କ୍ରିକେଟ୍‌ ମ୍ୟାଚ୍‌ ହେବ ଆୟୋଜିତ

Odisha Sports Bureau

ଖେଳାଳିରୁ ଗୁପଚୁପ ବିକାଳି ସାଜିଲେ ଧୋନୀ

Odisha Sports Bureau

୨୦୨୩ ଦିନିକିଆ ବିଶ୍ୱକପ ଟିମ ଘୋଷଣା କଲା ଅଷ୍ଟ୍ରେଲିଆ

Odisha Sports Bureau