Cricket

ପୁଣି ଥରେ ଭାରତର ଦୁଇ ଭେଟେରାନ୍ କ୍ରିକେଟ୍ ଖେଳାଳି ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଜୋରଦାର କଥା କଟାକଟି

ମୁମ୍ବାଇ: ଗତକାଲି ଲକ୍ଷ୍ନୌ ଓ ବାଙ୍ଗାଲୋର ଆଇପିଏଲ୍ ମ୍ୟାଚ ପରେ ପୁଣି ଥରେ ଭାରତର ଦୁଇ ଭେଟେରାନ୍ କ୍ରିକେଟ୍ ଖେଳାଳି ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଛି। ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଆଉ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍ ବେଳେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି । ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ହରାଇବା ପରେ ବିରାଟ ଓ ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ ଉତ୍ତେଜନାମୂଳକ କଥାବାର୍ତ୍ତା ହୋଇଥିଲା। ମ୍ୟାଚ ପରେ ପରେ ଏହି ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବାକ୍-ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଅବଶ୍ୟ ଘଟଣାସ୍ଥଳରେ ଥିବା ଅମିତ ମିଶ୍ର, ବାଙ୍ଗାଲୋର କ୍ୟାପଟେନ୍ ଫାପ୍ ଡୁ ପ୍ଲେସିସ୍ ଓ ଲକ୍ଷ୍ନୌ କୋଚ୍ ବିଜୟ ଦାହିୟା ଦୁହିଁଙ୍କୁ ଅଲଗା କରିଦେଇଥିଲେ। ଯାହାକି ଦୁଇଜଣଙ୍କ ଭିତରେ ସବୁକିଛି ଠିକ୍ ନଥିବାର ପ୍ରମାଣ ଦେଇଥିଲା । କ୍ରିକେଟ୍ ମ୍ୟାଚରେ ଖେଳ ଶେଷ ହେବା ପରେ ହାତ ମିଳାଇ ପଡିଆରୁ ରିଟର୍ଣ୍ଣ କରିବାର ଏକ ପ୍ରକାର ପରମ୍ପରା ରହିଥିବା ବେଳେ ଏହି ସମୟରେ ହିଁ ଦେଖିବାକୁ ମିଳିଥିଲା ଏମିତି କିଛି ଚିତ୍ର । ଆଉ ଏଇଠୁ ହିଁ ଆରମ୍ଭ ହେଇଥିଲା କଥା କଟାକଟି । ବାଙ୍ଗାଲୋରଠାରୁ ଲକ୍ଷ୍ନୌ ହାରିଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏହି ଘଟଣାରେ ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ଦୁଇ ଜଣଙ୍କୁ ଜରିମାନା କରାଯାଇଛି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ମେଣ୍ଟର ଗୌତମ ଗମ୍ଭୀର ଓ ଆରସିବି ବ୍ୟାଟର ବିରାଟ କୋହଲିଙ୍କର ଶତପ୍ରତିଶତ ମ୍ୟାଚ ଫି କାଟି ଦିଆଯାଇଛି। ଦୁହେଁ ଆଇପିଏଲ୍ କୋଡ ଅଫ୍ କଣ୍ଡକ୍ଟର ଧାରା ୨-୨୧ ଅନ୍ତର୍ଗତ ଲେଭଲ୍ -୨ ଅବମାନନା କରିଥିବା ସ୍ବୀକାର କରିଛନ୍ତି।

Related posts

WTC ଫାଇନାଲରେ କାର୍ତ୍ତିକଙ୍କ ଡେବ୍ୟୁ

ବଦଳିବ ଆଇପିଏଲର ରୂପରେଖ

Odisha Sports Bureau

ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ

Odisha Sports Bureau