Cricket

ହନୁମାନଙ୍କ ଭକ୍ତ ରିଙ୍କୁ ସିଂ: କହିଲେ କ୍ରିକେଟ କ୍ୟାରିୟରର କାହାଣୀ ।

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିବା ରିଙ୍କୁ ସିଂଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚରେ ମୈଦାନକୁ ଓହ୍ଲାଇବା ପୂର୍ବରୁ । କ୍ୟାମେରା ସାମ୍ନାରେ ଅନେକ ଅକୁହା କଥା କହିଛନ୍ତି ।

ମ୍ୟାଚ୍ ପୂର୍ବରୁ ବିସିସିଆଇ ପକ୍ଷରୁ ହୋଇଥିବା ସାକ୍ଷାତକାରରେ ରିଙ୍କୁ ସିଂ କହିଛନ୍ତି, ସେ ହନୁମାନଙ୍କର ପରମଭକ୍ତ । ସବୁବେଳେ ତାଙ୍କ ଭଜନ ଶୁଣିବାକୁ ପସନ୍ଦ କରନ୍ତି । ଏହାସହ ପଡିଆ ବାହାରେ ମଜା ମସ୍ତି କରିବାକୁ ଭଲ ପାଅନ୍ତି ବୋଲି କହିଛନ୍ତି ରିଙ୍କୁ । କାରଣ ଏହାଦ୍ୱାରା ସେ ମାନସିକ ଭାବେ ଠିକ୍ ରୁହନ୍ତି । ଏହାସହ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ସେହିଭଳି ଖେଳ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଭାରତ ପାଇଁ ଟି-୨୦ରେ ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ କରିବାକୁ ପଡୁଛି । ଏହି ନମ୍ବରରେ ବ୍ୟାଟିଂ କରିବା ବେଶ କଷ୍ଟକର । କାରଣ ଦଳର ଅଧା ଖେଳାଳୀ ପ୍ୟାଭିଲିୟନ ଫେରି ସାରିଥିବେ । ତେଣୁ ପାର୍ଟନରସିପ ସହ ଦଳ ପାଇଁ ରନ୍ ସଂଗ୍ରହ କରିବା ଚ୍ୟାଲେଞ୍ଜ ହୋଇଥାଏ । ଯେହେତୁ ମୁଁ ପ୍ରଥମରୁ ଏହି ସ୍ଥାନରେ ବ୍ୟାଟିଂ କରି ଆସୁଛି ତେଣୁ ଏହି ପରିସ୍ଥିତିରେ କାମ କରିବା ଏତେ କଷ୍ଟ ହୋଇନଥାଏ । ତେବେ ଏହି ସ୍ଥିତିରେ ଶାନ୍ତ ରହିବା ସହ ନିଜ ଉପରେ ବିଶ୍ୱାସ ରଖିବା ସବୁଠୁ ବଡ କଥା ବୋଲି କହିଛନ୍ତି ରିଙ୍କୁ । ଯାହାଦ୍ୱାରା ବ୍ୟାଟିଂ ବେଳେ ଏହା ସହାୟକ ହୋଇଥାଏ ।

Related posts

ମହିଳା ଟି -୨୦ ବିଶ୍ୱକପ୍: ଭାରତ – ଆୟରଲାଣ୍ଡ ମୁକାବିଲା ଆଜି

Odisha Sports Bureau

ମାଇକେଲ ଭନଙ୍କ ଟ୍ୱିଟର ଉତ୍ତର ଦେଲେ ଭାରତୀୟ କ୍ରିକେଟ ଫ୍ୟାନ

Odisha Sports Bureau

ଏକାଠି ରାତ୍ରି ଭୋଜନ କରିବେ ଉଭୟ ଦେଶର ଖେଳାଳୀ

Odisha Sports Bureau