Cricket

କ୍ରିକେଟ ଜଗତକୁ ଏଣ୍ଟ୍ରି କଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡରେ ଭେଟେରାନ୍ ଅଭିନେତା ତଥା ବଲିଉଡର ପ୍ରସିଦ୍ଦ ଅଭିନେତା ସଞ୍ଜୟ ଦତ୍ତଙ୍କ କ୍ରିକେଟ୍ ଦୁନିଆରେ ଡେବ୍ୟୁ କରିଚନ୍ତି।
ଏହି ସମୟରେ ଫ୍ରାଞ୍ଚାଇଜ୍ କ୍ରିକେଟର ଚାହିଦା ଦ୍ରୃତ ଗତିରେ ବଢି ଚାଲିଛି। ଜିମ୍ବାୱେ ‘ଜିମ୍ ଆଫ୍ରୋ ଟି ୧୦’ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି। ଏହି ଟୁର୍ନାମେଣ୍ଟ ୨୦ ଜୁଲାଇରୁ ଆରମ୍ଭ ହେବ ।ଏହି ଟୁର୍ନାମେଣ୍ଟରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଆରିସ ଗ୍ରୁପ ଅଫ୍ କମ୍ପାନୀର ୱନର ସୋହାନ୍ ରୟଙ୍କ ସହ ମିଶି ହରାରେ ହରିକେନ୍ସ ଦଳର ମାଲିକ ହୋଇଛନ୍ତି।

ଜିମ୍ବାୱେ ଦ୍ଵାରା ଆୟୋଜିତ ଏହି ଟୁର୍ନାମେଣ୍ଟରେ ମୋଟ ପାଞ୍ଚଟି ଦଳ ଅଂଶଗ୍ରହଣ କରିବେ। ଯେଉଁଥିରେ ଡରବନ୍ କଲନ୍ଦର୍ସ, କେପଟାଉନ୍ ସାମ୍ପ୍ ଆର୍ମି, ବୁଲାୱୋ ବ୍ରେଭଜ, ଜୋବର୍ଗ ଳାୟନ ଏବଂ ହରାରେ ହରିକେନ୍ସ ଉପସ୍ଥିତ ଅଛନ୍ତି । ଏହି ଲିଗରେ ଯୋଗ ଦେଉଥିବା ଡରବନ୍ କଲନ୍ଦର୍ସର ଦଳ ହେଉଛି ପାକିସ୍ତାନ ସୁପର ଲିଗ୍ ଫ୍ରାଞ୍ଚାଇଜ୍ ଲାହୋର କଲନ୍ଦର୍ସ ଦଳ।

ଜିମ ଆଫ୍ରୋ ଟି ୧୦ ଜିମ୍ବାୱେରେ ପ୍ରଥମ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଇଭେଣ୍ଟ ହେବ। ଯାହା ହରାରେ ଅନୁଷ୍ଠିତ ହେବ । ଜିମ୍ ଆଫ୍ରୋ ଟୁର୍ନାମେଣ୍ଟର ଏହା ପ୍ରଥମ ସିଜନ୍ ହେବ । ଏଥି ସହିତ ସଞ୍ଜୟ ଦତ୍ତ ଏହି ଟୁର୍ନାମେଣ୍ଟରେ ଦଳର ସହ-ମାଲିକ ହେବା ପାଇଁ ଉତ୍ସାହ ପ୍ରକାଶ କରିଛନ୍ତି। ଏହା ସହ ସେ ଆଶା ପ୍ରକଟ କରିଛନ୍ତି ଯେ ହରାରେ ହରିକେନ୍ସ ଟୁର୍ନାମେଣ୍ଟ ଭଲ ପ୍ରଦର୍ଶନ କରିବ ଏବଂ ଜିମ୍ବାୱେରେ କ୍ରିକେଟ୍ ପ୍ରଶଂସକଙ୍କୁ ମନୋରଞ୍ଜନ କରିବ। ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଆହୁରି କହିଛନ୍ତିଯେ କ୍ରିକେଟ୍ ଭାରତର ଏକ ଧର୍ମ ପରି ଏବଂ ସବୁଠୁ ବଡ କ୍ରୀଡା ରାଷ୍ଟ୍ର। ମୁଁ ଭାବୁଛି ଖେଳକୁ ବିଶ୍ଵର କୋଣ ଅନୁକୋଣକୁ ନେବା ଆମର କର୍ତ୍ତବ୍ୟ। ଜିମ୍ବାୱେରେ କ୍ରୀଡ଼ାର ଏକ ମହାନ ଇତିହାସ ରହିଛି ।

Related posts

BCCI ନୂଆ ସଚିବ ହେଲେ ଦେବଜୀତ ସାଇକିଆ

Odisha Sports Bureau

ଆଇପିଏଲ ୨୦୨୦: ମ୍ୟାଚ ଟାଇମିଂ ନେଇ ସୋମବାର ବସିବ ବୈଠକ

Odisha Sports Bureau

ଟି-୨୦ରେ ପରାସ୍ତ ହେବା ସହ ୨-୧ରେ ସିରିଜ ହାରିଲା ଟିମ ଇଣ୍ଡିଆ

Odisha Sports Bureau